Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ବିଏସଏନଏଲରେ ହେଲାଣି ୩୧,୨୮୭ କୋଟି ଟଙ୍କାର କ୍ଷତି, କମ୍ପାନୀକୁ ବନ୍ଦ କରିବା ପାଇଁ ଯୋଜନା

14/02/2019 at 2:18 PM

ନୂଆଦିଲ୍ଲୀ ୧୪|୨:  କ୍ଷତିରେ ଚାଲୁଥିବା ସରକାରୀ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ)କୁ ବନ୍ଦ କରିବା ପାଇଁ ଚାଲିଛି ଯୋଜନା । ତେବେ ତା ପୂର୍ବରୁ ଦୂରସଞ୍ଚାର କ୍ଷେତ୍ରରେ ତିଷ୍ଠି ରହିବା ପାଇଁ ବିଭିନ୍ନ ବିକଳ୍ପ ଉପରେ ଧ୍ୟାନ ଦେବା ପାଇଁ କମ୍ପାନୀକୁ ସରକାର କହିଛନ୍ତି । ଏ ସମ୍ପର୍କରେ କମ୍ପାନୀଠାରୁ ଏକ ରିପୋର୍ଟ ମଧ୍ୟ ସରକାର ମାଗିଛନ୍ତି ।

ଖବର ଅନୁସାରେ ସମସ୍ତ ବିଷୟ ପ୍ରତି ଧ୍ୟାନ ରଖିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀକୁ କୁହାଯାଇଛି । ଯାହା ଫଳରେ କମ୍ପାନୀ ପୁଣି ଥରେ ତା ପୁରୁଣା ସ୍ଥିତିକୁ ଫେରିପାରିବ । ଏହା ବ୍ୟତୀତ କମ୍ପାନୀରେ କିଭଳି କମ୍ ପୁଞ୍ଜି ବିନିଯୋଗ ହୋଇପାରିବ ବା କମ୍ପାନୀକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନେଇ ବିଚାର ମଧ୍ୟ କରିବାକୁ ପଡିବ ।

ଦୂରସଞ୍ଚାର ସଚିବ ଅରୁଣା ସୁନ୍ଦରରାଜନ ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ।  ବିଏସଏନଏଲର ଚେୟାରମ୍ୟାନ ଅନୁପମ ଶ୍ରୀବାସ୍ତବ ଦୂରସଞ୍ଚାର ସଚିବଙ୍କୁ କମ୍ପାନୀର ଆର୍ଥିକ ସ୍ଥିତି, କମ୍ପାନୀର କ୍ଷତି, ରିଲାଏନ୍ସ ଜିଓ ଆସିବା ପରେ କମ୍ପାନୀର ବ୍ୟବସାୟ ଉପରେ ପଡୁଥିବା ପ୍ରଭାବ, ସ୍ବେଚ୍ଛାକୃତ ଅବସର ଏବଂ ଅବସର ଯୋଜନା ସଂପର୍କରେ ସମସ୍ତ ସୂଚନା ଦେଇଛନ୍ତି । ବିଏସଏନଏଲକୁ ୨୦୧୭-୧୮ରେ ୩୧,୨୮୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା ବୋଲି ମଧ୍ୟ ସୂଚନା ମିଳିଛି ।

କମ୍ପାନୀଙ୍କୁ ପୁଣି ଥରେ ପୁରୁଣା ସ୍ଥିତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ସହିତ କମ୍ପାନୀକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ବିକଳ୍ପ ସମ୍ପର୍କରେ ବିଚାର କରିବା ପାଇଁ ମଧ୍ୟ କୁହାଯାଇଛି । ସରକାର କମ୍ପାନୀଠାରୁ ଏ ସମ୍ବନ୍ଧରେ ଏକ ରିପୋର୍ଟ ମଧ୍ୟ ମାଗିଛନ୍ତି ।

କମ୍ପାନୀକୁ ଅନ୍ୟ କମ୍ପାନୀଠାରୁ ଅଧିକ ପ୍ରତିନ୍ଦ୍ବନ୍ଦିତା ମିଳିଛି । ଏହା ବ୍ୟତୀତ କମ୍ପାନୀରେ ଅଧିକ ସଂଖ୍ୟକ କର୍ମଚାରୀ ମଧ୍ୟ ରହିଛନ୍ତି । ରିପୋର୍ଟ ଅନୁସାରେ ବିଏସଏନଏଲରେ ଏବେ ୧.୮ଲକ୍ଷ କର୍ମଚାରୀ ଅଛନ୍ତି । ଯାହା ଅନ୍ୟ କମ୍ପାନୀ ତୁଳନାରେ ୬ଗୁଣ ଅଧିକ । ବିଏସଏନଏଲ ତରଫରୁ କର୍ମଚାରୀଙ୍କ ସଂଖ୍ୟା କମ୍ କରିବା, ସେମାନଙ୍କଠାରୁ ଭିଆରଏସ ଦେବା ଏବଂ ଅବସର ସମୟ ସୀମା ୬୦ରୁ ହ୍ରାସ କରି ୫୮ବର୍ଷ କରିବାକୁ କମ୍ପାନୀ ସରକାରଙ୍କୁ ପରାମର୍ଶ ଦେଇଛି ।

ଯଦି ଆର୍ଥିକ ବର୍ଷ ୨୦୧୯-୨୦ରେ ଅବସର ବୟସ ସୀମା ହ୍ରାସ କରାଯାଏ ତେବେ ପାଖାପାଖି ୩,୦୦୦ କୋଟି ଟଙ୍କାର ସଞ୍ଚୟ ହେବ । ଅବସର ସମୟ ସୀମା ହ୍ରାସ କରାଗଲେ ୬୭ ହଜାର କର୍ମଚାରୀ କମ୍ ହୋଇଯିବେ । ଯଦି ଏଥିରୁ ଅଧା କର୍ମଚାରୀ ଭିଆରଏସ ନିଅନ୍ତି ତେବେ ୩ହଜାର କୋଟିର ସଞ୍ଚୟ ହେବ । ସେମାନଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ ୬୯୦୦ କୋଟି ଟଙ୍କାରୁ ୬୩୦୦କୋଟି ଟଙ୍କା ମଧ୍ୟରେ ହେବ ।

ବିଏସଏନଏନ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ଅଧିନରେ ଥିବା ଭବନ ଏବଂ ଜମି ବିକ୍ରି କରି ପାଖାପାଖି ୧୫ହଜାର କୋଟି ଟଙ୍କା ଜମା କରାଯାଇପାରିବ । କମ୍ପାନୀର କର୍ମଚାରୀଙ୍କୁ ମିଳିବାକୁ ଥିବା ସୁବିଧାସୁଯୋଗକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୧୬ ମସିହାରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ପରେ ବିଏସଏନଏଲ କ୍ଷତିରେ ଚାଲିଛି । ଏବେ କେବଳ ତିନୋଟି ଘରୋଇ କମ୍ପାନୀ ଭାରତୀୟ ଟେଲିକମ୍ ମାର୍କେଟ୍ ରେ ରହିଛନ୍ତି । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ନିକଟରେ ଦୂରସଞ୍ଚାର କ୍ଷେତ୍ରର ୯୦ପ୍ରତିଶତ ରାଜସ୍ବ ଏବଂ ୮୦ପ୍ରତିଶତ ସ୍ପେକ୍ଟ୍ରମ ହୋଲ୍ଡିଂ ରହିଛି ।

   Related Posts