ଅଜଥା ଖର୍ଚ୍ଚରେ ଲାଗିଲା ବ୍ରେକ୍ : ରାଜ୍ୟର ବିକାଶ ପାଇଁ ସରକାରଙ୍କ ସ୍ବପ୍ନ ଏବେ ଚ୍ୟାଲେଞ୍ଜ

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮/୦୭ : କରୋନ ପାଇଁ ଖର୍ଚ୍ଚରେ କଟକଣା ଲଗାଇଲେ ସରକାର। ଓଡିଶା ବିକାଶ ପାଇଁ ରାଜ୍ୟ ସରକାର ଦେଖିଥିବା ସ୍ବପ୍ନ ଏବେ ଚ୍ୟାଲେଞ୍ଜ ହୋଇଗଲାଣି ।  କାରଣ ରାଜସ୍ବ କମିବାରେ ଲାଗିଛି। ଖଣି ନିଲାମ କରି ଆଭାବ ପୂରଣ କରିବାକୁ ଅର୍ଥନୈତିକ ବିଶେଷଜ୍ଞ ମାନେ ପରାର୍ମଶ ଦେଇଥିବାବେଳେ ବିରୋଧୀ ସରକାରଙ୍କୁ ଘେରିଛନ୍ତି… ​‌

{"id":297837,"sizeSlug":"large"}

ସରକାରଙ୍କ ପାଇଁ ଆର୍ଥିକ ଚିନ୍ତା ଚ୍ୟାଲେଞ୍ଜ ହେଲାଣି। ଅଜଥା ଖର୍ଚ୍ଚରେ ଲାଗିଲାଣି ବ୍ରେକ । କାରଣ ସ୍ପଷ୍ଟ କରୋନା ପରିଚଳାନା ପାଇଁ ଏପରି ବ୍ରେକ ଲାଗାଇଛନ୍ତି ସରକାର। ଚଳିତ ଆର୍ଥିକ ବର୍ଷ ପାଇଁ ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟ କରିଥିବା ସରକାର ଏବେ ସମସ୍ତ ଖର୍ଚ୍ଚରେ ଅଙ୍କୁଶ ଲଗାଇଲେଣି । ଏପ୍ରିଲ ରୁ ମେ ମାସରେ ୭ହଜାର ​‌କୋଟି ଟଙ୍କା ଆଦାୟ ହେବା କଥା କିନ୍ତୁ ଆଦାୟ ହୋଇଛି ମାତ୍ର ୩ହଜାର କୋଟି ଟଙ୍କା। ସେହିପରି ଜୁନ ମାସରେ କଟକଣା ‌କେ କୋହଳ ହୋଇଥିଲେ ମଧ୍ୟ ଜିଏସଟି ଆଦାୟର ଲକ୍ଷ୍ୟ ପହଞ୍ଚିପାରିନାହିଁ।  

{"id":297838,"sizeSlug":"large"}

ଜୁନ ମାସରେ ୨୯୨୩ କୋଟି ଟଙ୍କା ବଦଳରେ ୨୬୯୩ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦-୨୧ ର  ଆର୍ଥିକ ବର୍ଷରେ ପ୍ରଥମ କ୍ବାର୍ଟରରେ ଜିଏସଟି ଆଦାୟ ହୋଇଛି ମାତ୍ର ୫୧୯୨କୋଟି ଟଙ୍କା ଗତ ବର୍ଷ ଏହି ସମୟରେ ୮୦୧୯କୋଟି ଟଙ୍କା ଆଦାୟ ହୋଇଥିଲା । ରାଜସ୍ବ ଆଦାୟ କମୁଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କମାଇବା ପାଇଁ ବାଧ୍ୟ ହୋଇଛନ୍ତି । ଏପଟେ  ରାଜସ୍ବ ବଢ଼ାଇବା ପାଇଁ ରାଜ୍ୟସରକାର କୋଇଲା ଏବଂ ଲୁହାପଥର ଖଣି ନିଲାମ ତୁରନ୍ତ କରିବା ସହିତ ମଦ ଉପରୁ କୋଭିଡ ଟ୍ୟାକ୍ସ ହଟାନ୍ତୁ । ତାହେଲେ ରାଜସ୍ବ ବୃଦ୍ଧି ପାଇପାରିବ ବୋଲି କହିଛନ୍ତି ବିଶେଷଜ୍ଞ।

{"id":297839,"sizeSlug":"large"}

ଚିଳିତ ବର୍ଷ ବଜେଟରେ ରାଜ୍ୟ ସରକାର ଫୋକସ ରଖିଥିବା ବିକାଶରେ କରୋନା ବାଧକ ସାଜିଛି । ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ୧୨ହଜାର ଟଙ୍କା ଖର୍ଚ କରିବା, ପୁରୀକୁ ବିଶ୍ବ ଏୌତିହ୍ୟ ସହର କରିବା ପାଇ ୩୨୦୮କୋଟି ଟଙ୍କା , ଏକାମ୍ର କ୍ଷେତ୍ରର ବିକାଶ ୧୫୦କୋଟି , ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ ହସ୍ପିଟାଲ କରିବା ପାଇଁ ଦୁଇ ବର୍ଷରେ ୧ହଜାର କୋଟି ଟଙ୍କା  ଏବଂ ଓ୍ବାଲର୍ଡ ସ୍କିଲ ସେଣ୍ଟର କରିବାକୁ ଚଳିତ ବର୍ଷ ବଜଟେରେ ଫୋକସରେ ରଖିଥିଲେ ରାଜ୍ୟ ସରକାର । ତେଣୁ ଏସବୁ ପ୍ରକଳ୍ପ ଉପରେ ବାଧା ଉପୁଜୁପାରେ। ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

{"id":297840,"sizeSlug":"large"}

କେରାନା ପାଇଁ ରାଜ୍ୟ ବିକାଶ​‌ ଧାରା ବାଧାପ୍ରାପ୍ତ ହେବ । କାରଣ କରୋନା ଯୁଦ୍ଧରେ ସାଧରଣ ଲୋକଙ୍କୁ ଚିକିତ୍ସା ଯୋଗାଇ ସେମାନଙ୍କୁ ରକ୍ଷା କରିବା ଏବେ ସରକାରଙ୍କ ପ୍ରାଥମିକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.