ଆସାମ ହିଂସା: ଜାରି ହେଲା ଏମାର୍ଜେନ୍ସୀ କଣ୍ଟ୍ରୋଲ ରୁମ ନମ୍ବର

Published By : Prameya-News7 Bureau | December 13, 2019 IST

ଗୌହାଟୀ ୧୩।୧୨ : ନାଗରିକତା ସଂଶୋଧନ ବିଧେୟକକୁ ନେଇ ସମଗ୍ର ପୂର୍ବୋତ୍ତର ଏବେ ଅଶାନ୍ତ ହୋଇଉଠିଛି। ତେବେ ଆସାମରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଏବେ ଚିନ୍ତାଜନକ ହୋଇଛି। ଆସାମରେ ଉପୁଜିଥିବା ପରିସ୍ଥିତିରେ ସରକାର କଣ୍ଟ୍ରୋଲ ରୁମ ଖୋଲିବା ସହ ନମ୍ବର ଜାରି କରିଛନ୍ତି। ଯଦି କୌଣସି ସମ୍ପର୍କୀୟ ଆସାମରେ ଅଛନ୍ତି ଓ ସେମାନଙ୍କ ସମ୍ପର୍କରେ ସୂଚନା ଜାଣିବାକୁ ଚାହୁଁଥାନ୍ତି ତେବେ ନିୟନ୍ତ୍ରଣ କକ୍ଷ ସହ ସମ୍ପର୍କ କରାଯାଇପାରେ। ଏଥିଲାଗି ସରକାର ଟୋଲଫ୍ରି ନମ୍ବର ୯୪୦୧୦୪୪୬୧୭ ଜାରି କରିଛନ୍ତି।

{"id":197215,"sizeSlug":"large"}

ସେପଟେ ଆସାମରେ ଉତ୍ତେଜନା ଥମିବାର ନାଁ ନେଉନି। ଏଣୁ ଆସାମକୁ ରେଳଚଳାଚଳ ବ୍ୟହତ ହୋଇଥିବା ବେଳେ ୩୧ଟି ଟ୍ରେନ ବାତିଲ କରାଯାଇଛି। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ସରକାର ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ସେନା ପଠାଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୯ କଲମ ଫୋର୍ସ ଆସାମରେ ପହଞ୍ଚି ସାରିଥିବା ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସୂଚନା ଦେଇଛନ୍ତି। ସେପଟେ ଉତ୍ତେଜନା ଲାଗି ରହିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି।

{"id":197216,"sizeSlug":"large"}

ତେବେ ନୂଆ ନାଗରିକତା ଆଇନକୁ ନେଇ ରାଜ୍ୟରେ ବିରୋଧ ଏବେବି ଜାରି ରହିଛି। ବିଭିନ୍ନ ସ୍ଥାନରେ ଲୋକେ କର୍ଫ୍ୟୁ ଉଲ୍ଲଂଘନ କରିଛନ୍ତି। କେତେକ ସ୍ଥାନରେ ଏଥିଲାଗି ପୋଲିସ ଓ ନାଗରିକଙ୍କ ମଧ୍ୟରେ ହିଂସକ ସଂଘର୍ଷ ହୋଇଥିବାର ସୂଚନା ମିଳିଛି। ଆସାମର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ପଡିଛି। ମୁର୍ସିଦାବାଦରେ ବିକ୍ଷୋଭକାରୀ ନାଗରିକତା ଆଇନକୁ ବିରୋଧ କରି ବେଲଡାଙ୍ଗା ଷ୍ଟେସନରେ ନିଆଁ ଲଗାଇଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.