ଫେସବୁକ୍ ୟୁଜର୍ସଙ୍କ ଡାଟା ନିଅନ୍ତି ସରକାର : ୫୭ ପ୍ରତିଶତ ମାମଲାରେ ଅନୁରୋଧ ରକ୍ଷା କରିଛି କମ୍ପାନୀ

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ ୧୪/୦୫ : ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ଡାଟା ଅଧିକରୁ ଅଧିକ ଦେବାରେ ଭାରତୀୟ ପ୍ରତିଷ୍ଠାନର ଲାଳସା ବଢ଼ିବାରେ ଲାଗିଛି | ଗତବର୍ଷର ଡାଟା ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଛି | ଭାରତ ସରକାର ଓ ଆଇନ ଅନୁଯାୟୀ କାମ କରୁଥିବା ସଂସ୍ଥା ତରଫରୁ ୨୦୧୯ ମସିହା ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ଫେସବୁକ, ଇନ୍ସଟାଗ୍ରାମ ଓ ହ୍ୱାଟ୍ସଆପ ୟୁଜର୍ସଙ୍କ ଡାଟା ହାସଲ କରିବାକୁ ଆଗ୍ରହୀ ଥିଲେ | ଫେସବୁକ ତରଫରୁ ମଙ୍ଗଳବାର, ମେ ୧୨ ତାରିଖରେ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଡାଟା ସଂଗ୍ରହ ପାଇଁ ୨୦୧୯ ଜୁଲାଇରୁ ଡିସେମ୍ବର ମାସ ଭିତରେ ୨୬ ହଜାର ୬୮୪ ଅନୁରୋଧ ହୋଇଥିଲା | ୨୦୧୯ ଜାନୁଆରୀରୁ ଜୁନ ମାସ ମଧ୍ୟରେ ୨୨ ହଜାର ୬୮୪ ଅନୁରୋଧ କରାଯାଇଥିଲା |

ଯେଉଁ ସମସ୍ତଙ୍କର ଡାଟା ସଂଗ୍ରହ ପାଇଁ ଅନୁରୋଧ କରାଯାଇଥାଏ ଫେସବୁକ ସେ ସମସ୍ତଙ୍କ ଡାଟା ସରକାରଙ୍କୁ ଉପଲବ୍ଧ କରାଇନଥାଏ | ଫେସବୁକ ତରଫରୁ ଭାରତୀୟ ଅଧିକାରୀଙ୍କୁ ୬ ମାସରେ ଯେତିକି ଅନୁରୋଧ କରାଯାଇଥିଲା, ସେଥିରୁ ୫୭ ପ୍ରତିଶତ ମାମଲାରେ ଡାଟା ପ୍ରଦାନ କରାଯାଇଥିଲା | ବିଶ୍ୱ ସ୍ଥରରେ ଏହା ହାରାହାରି ୭୪.୪ ପ୍ରତିଶତରୁ କମ |

{"id":269822,"sizeSlug":"large"}

ଏକ ବୟାନରେ କମ୍ପାନୀ କହିଛି, 'ଫେସବୁକ ଡାଟା ପାଇଁ ସରକାରୀ ଅନୁରୋଧ ଉପରେ ଲାଗୁ ହୋଇଥିବା ଆଇନ ଏବଂ କମ୍ପାନୀର ସର୍ତ୍ତ ଅନୁଯାୟୀ ଜବାବ ଦିଆଯାଇଥାଏ |' ସମସ୍ତ ଅନୁରୋଧକୁ ନେଇ କମ୍ପାନୀ ପର୍ଯ୍ୟାପ୍ତ ସମୀକ୍ଷା କରିଥାଏ | ଅନୁରୋଧ ସ୍ପଷ୍ଟ ନଥିଲେ ଖାରଜ କରିଦେଇଥାନ୍ତି ଅଥବା ଅଧିକ ସ୍ପଷ୍ଟୀକରଣ ଦାବି କରିଥାନ୍ତି | ଫେସବୁକ ଅନୁସାରେ ଭାରତ ସରକାରଙ୍କ ଅଧିକାରୀଙ୍କ ତରଫରୁ ୨୬ ହଜାର ୬୯୮ ଅନୁରୋଧ ମଧ୍ୟରୁ ୨୪ ହଜାର ୯୪୪ ଅନୁରୋଧ ଆଇନ ମାଧ୍ୟମରେ ଆସିଥିଲା, ଯେଉଁଥିରେ ଅଦାଲତ ପ୍ରକ୍ରିୟା ସାମିଲ ଥିଲା | ଏଥିରୁ ଏକ ହଜାର ୭୫୪ ଅନୁରୋଧ ଜରୁରୀକାଳୀନ ଅନୁରୋଧ ଥିଲା | ଜରୁରୀକାଳୀନ ଅନୁରୋଧ ମାମଲାରେ ଫେସବୁକ ୪୯ ପ୍ରତିଶତ ଏବଂ ଆଇନ ପ୍ରକ୍ରିୟା ମାମଲାରେ ୫୮ ପ୍ରତିଶତ ଡାଟା ଅଧିକାରୀଙ୍କୁ ପ୍ରଦାନ କରିଥିଲା | ଏହି ସମୟରେ ୬ ହଜାର ୫୦୦ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଆଇନ ପ୍ରବର୍ତନ ଓ ସରକାରୀ ସଂସ୍ଥା ତରଫରୁ ଅନୁରୋଧ ହୋଇଥିଲା | ଫେସବୁକ ବୟାନ ଦେଇଛି ଯେ, ଯେପର୍ଯ୍ୟନ୍ତ ଜରୁରୀକାଳୀନ ଆଇନ ପ୍ରକ୍ରିୟାର ରସିଦ ନ ମିଳେ ସେବେ ଯାଏଁ ଅନୁରୋଧ ସ୍ୱୀକାର କରାଯାଏ ନାହିଁ |

ବିଶ୍ଵସ୍ଥରୀୟ ରେକର୍ଡ ଅନୁଯାୟୀ, ଫେସବୁକ ୟୁଜର୍ସଙ୍କ ଡାଟା ହାସଲ କରିବା ପାଇଁ ସରକାରୀ ଅନୁରୋଧ ୧ ଲକ୍ଷ ୨୮ ହଜାର ୬୧୭ ରୁ ବଢି ୧ ଲକ୍ଷ ୪୦ ହଜାର ୮୭୫ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.