ଚୀନକୁ ବଡ ଆର୍ଥିକ ଝଟକା ଦେବାକୁ ପ୍ରସ୍ତୁତି, ଚୀନରୁ ଆମଦାନୀ କମ କରିବା ପାଇଁ PMO ମାଗିଲା ସାମଗ୍ରୀ ତାଲିକା

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଭାରତ କୂଟନୈତିକ ମୋର୍ଚ୍ଚା ସହିତ ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ଡ୍ରାଗନକୁ ଜବାବ ଦେବାକୁ ପୂରା ପ୍ରସ୍ତୁତି କରୁଛି। ସୂତ୍ର ଅନୁଯାୟୀ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରୀରୁ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ମାଗିଛନ୍ତି। ଏହାର ଉଦ୍ଦେଶ୍ୟ ଚୀନରୁ ଆସୁଥିବା କମ  ଗୁଣବତ୍ତା ସାମାନର ଆମଦାନୀ ବନ୍ଦ କରିବା ସହିତ ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା।

ସୂତ୍ର ଅନୁଯାୟୀ ଚୀନ ଉପରୁ ନିର୍ଭରତା କମ କରିବା ଏବଂ ଆତ୍ମ ନିର୍ଭର ଭାରତକୁ ଆଗକୁ ବଢାଇବା ବିଷୟରେ ନିକଟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଲଦାଖ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହେବା ପରେ ସମଗ୍ର ଦେଶରେ ଚୀନ ଉତ୍ପାଦିତ ସାମଗ୍ରୀ ବର୍ଜନ କରିବାକୁ ଦାବି ଜୋର ଧରିଛି। ଏନେଇ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ ହୋଇ ଯାଇଛି। ସରକାର ମଧ୍ୟ ଏହାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି। ଭାରତୀୟ ନିର୍ମାତକାରୀ କମ୍ପାନୀକୁ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ଦେବାକୁ କହିଛନ୍ତି।

{"id":289587,"width":571,"height":393,"sizeSlug":"large"}

ଇଣ୍ଡଷ୍ଟ୍ରୀକୁ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଓ କଞ୍ଚା ମାଲ୍‌ ବିଷୟରେ ପ୍ରସ୍ତାବ ମାଗିଛନ୍ତି। ଏହି ସାମାନରେ ହାତଘଡି, କାନ୍ଥ ଘଣ୍ଟା, କାଚର ଟ୍ୟୁବ୍‌, ହେୟାର କ୍ରିମ୍, ହେୟାର ସାମ୍ପୁ, ଫେସ୍‌ ପାଉଡର,  ଆଇ ଆଣ୍ଡ ଲିପ୍‌, ପ୍ରସାଧନ ସାମଗ୍ରୀ, ପ୍ରିଟିଙ୍ଗ ଇଙ୍କ୍, ପେଣ୍ଟ୍ସ ଓ ଭାର୍ନିସ୍ ତଥା ତମ୍ଵାଖୁର କିଛି ଉତ୍ପାଦ ସାମିଲ।

ଏହା ବ୍ୟତୀତ ୨୦୧୪-୧୫ ଏବଂ ୨୦୧୮-୧୯ ମଧ୍ୟରେ ଆମଦାନୀରେ ଘଟିଥିବା ବୃଦ୍ଧିର ତଥ୍ୟ, ଭାରତରେ ନିର୍ମାଣ ହୋଇ ପାରୁଥିବା ସାମଗ୍ରୀର ମୂଲ୍ୟ, ଘରୋଇ କ୍ଷମତା, ମୁକ୍ତ ବାଣିଜ୍ୟ ରାଜିନାମା ଆଧାରରେ ହେଉଥିବା ଆମଦାନୀ ଏବଂ ଲାଗୁ ଥିବା ଟିକସ୍‌ ଏସବୁ ବିଷୟରେ ସୂଚନା ମାଗିଛନ୍ତି।

{"id":289588,"sizeSlug":"large"}

ଶିଳ୍ପଦ୍ୟୋଗର ଏକ ସୂତ୍ର ଅନୁଯାୟୀ, ସରକାର ଦ୍ଵାରା ମଗାଯାଇଥିବା ସୂଚନା ଉପରେ ନିଜର ପ୍ରସ୍ତାବ ପ୍ରସ୍ତୁତି ଚାଲିଛି ଏବଂ ଶୀଘ୍ର ଏହାକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟକୁ ପଠାଯିବ। ଚୀନ ସହିତ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଚୀନରୁ ଆମଦାନୀ କମ କରିବାକୁ ସରକାର ଅଣ୍ଟା ଭିଡିଛନ୍ତି। ଭାରତର ମୋଟ୍ ଆମଦାନୀରେ ଚୀନର ୧୪ ପ୍ରତିଶତ ଭାଗିଦାରୀ ରହିଛି। ଏହା ସହିତ ଭାରତରେ ସେଲ୍ ଫୋନ, ଟେଲିକମ, ପାଓ୍ଵାର, ପ୍ଲାଷ୍ଟିକ ଖେଳନା ଏବଂ କ୍ରିଟିକାଲ ଫାର୍ମା ଇନଗ୍ରୀଡିଏଣ୍ଟ୍ସ ପରି ଗୁରୁତ୍ଵପୂର୍ଣ୍ଣ ସେକ୍ଟରେ ଚୀନର ଦବଦବା ରହିଛି।

{"id":289589,"sizeSlug":"large"}

ଚୀନର ଏଫଡିଆଇ ଉପରେ ଲଗାମ

ସରକାର ନିକଟରେ ଚୀନରୁ ଟାୟାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ଦେଶରେ କୌଣସି ପ୍ରକାରର ବିଦେଶ ନିବେଶ ପାଇଁ ଚୀନକୁ ଭାରତ ସରକାରଙ୍କ ମଞ୍ଜୁରୀ ନେବା ବାଧ୍ୟତାମୂଳକ। ଏହି ପଦକ୍ଷେପରେ ବିଶେଷ କରି ଚୀନରୁ ଆସୁଥିବା ଏଫଡିଆଇ ଉପରେ ଲଗାମ ଲଗାଯିବ।

୨୦୧୯ ଏପ୍ରିଲରୁ ୨୦୨୦ ଫେବୃଆରୀ ମଧ୍ୟରେ ଭାରତ ଚୀନରୁ ୬୨.୪ ଅରବ ଡଲାରର ଆମଦାନୀ କରିଥିବା ବେଳେ ଏହି ସମୟରେ ଭାରତର ଚୀନକୁ ରପ୍ତାନୀ ମାତ୍ର ୧୫.୫ ଅରବ ଡଲାର ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.