Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘କରୋନାର ତୃତୀୟ ଲହରକୁ ଅଣଦେଖା କରିହେବ ନାହିଁ’-ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା

5/05/2021 at 5:33 PM

ନୂଆଦିଲ୍ଲୀ ୦୫/୦୫ : ଦେଶରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଆଉ ଏକ ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ଅଣଦେଖା କରାଯାଇ ପାରିବନାହିଁ। ଡ.କେ ବିଜୟ ରାଘବନ କହିଛନ୍ତି ଯେ ନୂଆ ଷ୍ଟ୍ରେନର ମୁକାବିଲା କରିବାକୁ ଭ୍ୟାକସିନ ଅପଡେଟ କରିବାକୁ ପଡିବ। ଏହାସହ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଗତି ଦେବାକୁ ପଡିବ। ଭାରତରେ କରୋନା ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ଭିଡ ବଢ଼ିବାରେ ଲାଗିଛି। ବହୁ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହେଉଛି।

ସେ କହିଛନ୍ତି ଯେଉଁଭଳି ଭାବେ କରୋନା ବିସ୍ତାର କରୁଛି ତାକୁ ଦେଖି ଫେଜ-୩ ଅର୍ଥାତ ତୃତୀୟ ଲହର ଅଣଦେଖା କରାଯାଇ ପାରିବନାହିଁ। ତେବେ ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି। ଭ୍ୟାକସିନ ଅପଗ୍ରେଡ କରିବା ଉପରେ ନଜର ରଖିବାକୁ ପଡିବ।

ଦ୍ୱିତୀୟ ଲହରରେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢି ଚାଲିଛି. ଗୋଟିଏ ଦିନରେ ୩୭୮୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ସୁଦ୍ଧା ୨ ଲକ୍ଷ ୨୬ ହଜାର ୧୮୮ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଦେଶରେ ବର୍ତ୍ତମାନ ୩୪ ଲକ୍ଷ ୮୭ ହଜାର ୨୨୯ ଆକ୍ଟିଭ ମାମଲା ରହିଛି। ସଂକ୍ରମଣ ହାର ୨୪.୮୦ ପ୍ରତିଶତ ହୋଇଛି। କରୋନାର ପ୍ରସାର ରୋକିବାକୁ ଅନେକ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି।

   Related Posts