ସରକାର ସ୍ପଷ୍ଟ କଲେ ବାତ୍ୟା ଭୟ ନାହିଁ , ୮ ଓ ୯ ତାରିଖରେ ଅଳ୍ପ ବର୍ଷା ସମ୍ଭାବନା-ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ

Published By : Prameya-News7 Bureau | November 04, 2019 IST

ଭୁବନେଶ୍ୱର ୪।୧୧- ସରକାର ସ୍ପଷ୍ଟ କଲେ ବାତ୍ୟା ଭୟ ନାହିଁ । ବତ୍ୟା ନେଇ ଯେଉଁ ଖବର ସୋସିଆଲ ମେଡିଆ ଏବଂ ଗଣ ମାଧ୍ୟମରେ ପ୍ରସାରିତ ହେଉଛି ଏହା ଗୁଜବ ।  ବର୍ତ୍ତମାନ ପାଇଁ କିଛି ହେବାର ନାହିଁ । ୮ ଓ ୯ ତାରିଖ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ତାହା ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ସଠିକ ରୂପେ ସୂଚନା ଦିଆଯାଇନାହିଁ।  

{"id":179148}

ବ୍ୟାତ୍ୟା ଆଶଙ୍କା ନାହିଁ।  ଆଉ ଏକ ବାତ୍ୟାକୁ ଆସିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏ ନେଇ ଗଣମାଧ୍ୟମ ଓ ସୋସିଆଲ ମେଡିଆରେ  ଖବର ପ୍ରସାରଣ ​‌ହେବା ପରେ ସାଧରଣରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏସବକୁ ନଶୁଣିବାକୁ ସରକାର ପରାମର୍ଶ ଦେଇଛନ୍ତି ।  ୭ ତାରିଖ ପର୍ଯ୍ୟନ୍ତ କିଛି ହେବାର ନାହିଁ । ପାଗ ଶୁଖିଲା ରହିବ।  ୮ ଓ ୯ ତାରିଖରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସଠିକ ସୂଚନା ଆସିନାହିଁ ।  କିନ୍ତୁ ସରକାର ପୂରା ପ୍ରସ୍ତୁତ ଅଛନ୍ତି।

{"id":179149}

ଏପଟେ ପାଣିପାଗ ମଧ୍ୟ ବାତ୍ୟା ଆଶାଙ୍କାକୁ ଏଡେଇ ଦେଇଛି । ଆଣ୍ତାମାନ ନିକଟରେ ସୃଷ୍ଟି ହୋଇଥିବା ପୁଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।  ୮ ତାରିଖ ପରେ ଉପକୂଳ  ଓ ଦକ୍ଷଣ ଓଡିଶାରେ ବର୍ଷା ହେବାର ସମ୍ଭାବାନା  ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡିଶାରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ସତ୍ବେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ କରାଯାଇଛି।

{"id":179150}

ଫୋନି ମାଡ ହେବାର ୬ ମାସ ହୋଇଛି। ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଭୟ ଯାଇନି କି ଆଣ୍ଟା ସଳଖି ଠିଆ ହୋଇନାହାନ୍ତି । ଏବେ ପୁଣି ଆଉ ଏକ ବାତ୍ୟା  ଖବର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

{"id":179151}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.