ଜଗନ୍ନାଥଙ୍କ ରସଗୋଲା ନୁହେଁ ଓଡିଶା ରସଗୋଲା ନାଁରେ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିଛନ୍ତି ସରକାର

Published By : Prameya-News7 Bureau | September 07, 2018 IST

ଭୁବନେଶ୍ବର ୭|୯: ଜଗନ୍ନାଥଙ୍କ ରସଗୋଲା ନୁହେଁ ଓଡିଶା ରସଗୋଲା ନାଁରେ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିଛନ୍ତି ସରକାର। ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟାର କାର୍ଯ୍ୟଳୟରେ ୨୩ ଫେବୃଆରୀରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଆବେଦନ କରାଯାଇଛି । କ୍ଷୁଦ୍ର ଶିଳ୍ପ ନିଗମ ଆବେଦନ କ୍ରମେ ଜିଆଇ କାର୍ଯ୍ୟଳୟ ପକ୍ଷରୁ ଜୁନ ମାସ ୧୪ଗୋଟି ଦିଗ ଉପରେ ଉତ୍ତର ମଗାଯାଇଥିଲା। ୧୭ ଅଗଷ୍ଟରେ ଜିଆଇ ଅଫିସରେ ରାଜ୍ୟସରକାରଙ୍କ ପକ୍ଷରୁ ଉତ୍ତର ରଖାଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତରରେ ମାଧ୍ୟମରେ ତଥ୍ୟ ପ୍ରଦାନ କରିଛନ୍ତି ଅଣୁ ,କ୍ଷୁଦ୍ର ,ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏହ ସହ କନ୍ଧମାଳ ହଳଦୀର ଜିଆଇ ଟ୍ୟାଗ ପାଇଁ ରାଜ୍ୟ ସରାକରଙ୍କ ପକ୍ଷରୁ ଜାନୁୟାରୀ ମାସରେ ଆବେଦନ କରାଯାଇଛି। ଏପରିକି ଆବେଦନ ଅଦୁଯାୟର ଦିଲ୍ଲୀରେ ବସିଥିବା ସ୍ବତନ୍ତ୍ର ପରାର୍ମଶ କମିଟି ବୈଠକରେ ହଳଦୀ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। କମିଟି ମଧ୍ୟ ଜିଆଇ ଟ୍ୟାଗ ପାଇଁ ସୁପାରିଶ କରିଛନ୍ତି।୨୦୧୦ ମସିହା ଜୁଲାଇ ମାସରେ ସମ୍ବଲପୁରୀ ଶାଢ଼ୀ ଜିଆଇ ମାନ୍ୟତା ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.