ବ୍ୟାଙ୍କ ଆକାଉଣ୍ଟରେ ଗ୍ୟାସ୍ ସବସିଡି ପାଇବା ପାଇଁ ଜରୁରୀ ସୂଚନା, ଜାଣନ୍ତୁ କ’ଣ କରିବେ

Published By : Prameya-News7 Bureau | May 29, 2019 IST

ପରିବେଶ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ନିମନ୍ତେ ସରକାର ଅନେକ ନୂଆ ନୂଆ ଯୋଜନା ହାତକୁ ନେଇଛନ୍ତି । ଏହିକ୍ରମରେ ଜାଳେଣି କାଠ ପାଇଁ ଉଜୁଡି ଯାଉଥିବା ଜଙ୍ଗଲର ସୁରକ୍ଷା ନିମନ୍ତେ ପ୍ରତ୍ୟେକଙ୍କୁ ରୋଷେଇ ଘରେ ସରକାର ଗ୍ୟାସ ଚୁଲି ଯୋଗାଇଦେଇଛନ୍ତି। ହେଲେ ଲୋକେ ସରକାରଙ୍କ ଉପଲବ୍ଧ ସୁଯୋଗର ଉପଯୋଗ କରୁ ନାହାନ୍ତି। ଯୋଜନାରେ ମିଳିଥିବା  ପ୍ରଥମ ରିଫିଲ ସରିବା ପରେ ପୁଣି କୁରାଢୀ ଧରି ଗଛମୂଳେ ହାଜର ହୋଇଯାଉଛନ୍ତି।

{"id":117336}

କେବଳ ଜଙ୍ଗଲ ନୁହେଁ ରୋଷେଇଘର ଚିମିନିରୁ ବାହାରୁଥିବା ଧୂଆଁ ମଧ୍ୟ ପରିବେଶ ପ୍ରଦୁଷଣର କାରଣ ହେଉଛି । ତେବେ ସରକାରୀ ଯୋଜନାରେ  ସବସିଡିନଥିବାରୁ ଲୋକେ ଦ୍ବିତୀୟବାର ଗ୍ୟାସ ରିଫିଲ କିଣି ପାରୁନାହାନ୍ତି । ଏଣୁଏଭଳି ଲୋକଙ୍କୁ ସରକାର ସବସିଡି ପ୍ରଦାନ ନିମନ୍ତେ ବିଚାର କରୁଥିବା ଜଣାପଡିଛି । ତେବେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକ ଯେଉଁ କମ୍ପାନୀର  ସିଲିଣ୍ଡର ବ୍ୟବହାର କରୁଛନ୍ତି ସେହି କମ୍ପାନୀର ୱେବ୍ ସାଇଟ୍ କୁ ଯିବାକୁ ହେବ।

{"id":117337}

ଏହା ଏକ ଅନ-ଲାଇନ ସେବା ହୋଇଥିବାରୁ ଗ୍ରାହକ ନିଜର ସବସିଡି ଷ୍ଟାଟସ ୱେବ୍ ସାଇଟରୁ ଅନ-ଲାଇନରେ ଜାଣିପାରିବେ। ଏଥି ପାଇଁ ଆପଣଙ୍କୁ ଏଲପିଜି ଲଗିନ ଆଇଡିରେ ଲଗିନ କରି ନିଜର ଷ୍ଟାଟସ ଜାଣିବା ସହ ସବସିଡି ପାଇଁ ଆବେଦନ ମଧ୍ୟ  କରିପାରିବେ। କେବଳ ଖାସ ଗ୍ରାହକଙ୍କ ମୋଦି ସରକାର ଏହି ଯୋଜନା ହାତକୁ ନେଇଥିବା ବେଳେ ସେମାନେ ଅନଲାଇନରେ ସେମାନଙ୍କର ଠିକଣା ମଧ୍ୟ ବଦଳାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.