ଏଲଆଇସିରୁ ୨୫ ପ୍ରତିଶତ ଅଂଶଧନ ବିକିବେ ସରକାର, ପର୍ଯ୍ୟାୟକ୍ରମେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯: ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାର ଲାଇଫ ଇନସୁରାନ୍ସ କର୍ପୋରେସନ (ଏଲଆଇସି) ର ୨୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହିଁଛନ୍ତି। ତେବେ ଏ ପାଇଁ ସେ କ୍ୟାବିନେଟର ଅନୁମୋଦନ ଲୋଡିଛନ୍ତି। ତେବେ ସରକାର ସଂସଦରେ ଏଲଆଇସି ଗଠନ ହୋଇଥିବା ଅଧିନିୟମକୁ ମଧ୍ୟ ସଂଶୋଧନ କରିପାରନ୍ତି। ତେବେ ଏହି ବିକ୍ରି ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ)ରେ ହେବାର ସମ୍ଭାବନା ରହିଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଯାହା ପର୍ଯ୍ୟାୟକ୍ରମରେ ବିକ୍ରି ହେବ ତାହା ବଜାର ସ୍ଥିତି ଉପରେ ନିର୍ଭର କରିବ।

ଦେଶରେ କୋଭିଡ-୧୯ ମାମଲା ପରେ ସରକାରଙ୍କ ଜିଡିପିର ୩.୫ ପ୍ରତିଶତ ଆର୍ଥିକ ଲକ୍ଷ୍ୟ ଚାପରେ ରହିଛି ଏବଂ ଏଲଆଇସି ସରକାରଙ୍କ ଅଂଶଧନ ବିକ୍ରୟରେ ଆର୍ଥିକ ସହାୟତା କରିବା ସହ ଆର୍ଥିକ ବର୍ଷ୨୦୨୦-୨୧ ପାଇଁ ୨.୧ ଟ୍ରିଲିଅନ୍ ଟଙ୍କା ବିନିଯୋଗ  ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ରିପୋର୍ଟରେ ଏକଥା ବି କୁହାଯାଇଛି ଯେ ପ୍ରସ୍ତାବର ଏକ ଅଂଶ ଭାବରେ ସରକାର ୨୦ ହଜାର କୋଟି ଟଙ୍କାର ପ୍ରାଧିକୃତ ପୁଞ୍ଜି ପାଇଁ ସଂସଦରେ ଏକ ଅଧିନିୟମ ସଂଶୋଧନ କରିବେ ଯାହାକୁ ୨୦ ବିଲିଅନ ସେୟାରରେ ବିଭକ୍ତ କରାଯିବ। ସମ୍ପତି ବିକ୍ରୟ ପାଇଁ ଗଠିତ ଏକ ମନ୍ତ୍ରୀସ୍ତରୀୟ ପ୍ୟାନେଲ ଏଲଆଇସି ଓ ଆଇପିଓର ଆକାର ସ୍ଥିର କରିବ ଯେତେବେଳେ କ୍ୟାବିନେଟ୍ ବୀମାଧାରୀଙ୍କ ପୁଞ୍ଜି ସଂରଚନା ପରିବର୍ତନ ଉପରେ ବିଚାର କରିବେ।

 ଆଇପିଓ ମାଧ୍ୟମରେ ଏଲଆଇସିରେ ଅଂଶଧନ ବିକ୍ରୟ ପ୍ରସ୍ତାବକୁ ଚଳିତବର୍ଷ ଫେବୃଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.