Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଜାମ୍ମୁ କାଶ୍ମୀରବାସୀଙ୍କୁ ନିଜ ଜମି ଉପରେ ପୁଣି ମିଳିବ ବିଶେଷ ଅଧିକାର ! ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି ସରକାର

10/08/2020 at 10:53 AM

ନୂଆଦିଲ୍ଲୀ ୧୦।୮: ଜାମ୍ମୁ କାଶ୍ମୀରବାସୀଙ୍କ ଜମି ଅଧିକାରକୁ ସୁରକ୍ଷା ଦେବା ପାଇଁ ଏକ ନୂତନ ଆଇନ ଉପରେ ବିଚାର କରାଯାଉଛି । ଯାହା ଦ୍ବାରା ସେଠାରେ ସମ୍ବିଧାନର ଧାରା ୩୭୦ର ଅଧିକାଂଶ ଧାରା ପ୍ରତ୍ୟାହାର ପରେ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର ହୋଇପାରିବ । ଏହା ସହ ଜଡିତ ଏକ ବିଲ୍ ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ସ୍ଥାନୀୟ ଲୋକଙ୍କ ଜମି ଅଧିକାର ପାଇଁ ନୂତନ ଆଇନ ପ୍ରଣୟନ ପାଇଁ କାର୍ଯ୍ୟ କରାଯାଉଛି । ଯାହା ଜାମ୍ମୁ କାଶ୍ମୀରବାସୀଙ୍କ ଚିନ୍ତାକୁ ଦୂର କରିବ। ସେ କହିଛନ୍ତି ଯେ ସଂସଦରେ ଏହି ବିଲ୍ ପାରିତ ହେବା ପରେ ଜାମ୍ମୁ କାଶ୍ମୀରରେ ଜମି ଅଧିକାର ହରାଇବାର ଭୟ ଦୂର ହେବ । ଯେହେତୁ ପୂର୍ବ ଜାମ୍ମୁ କାଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯିବା ପରଠାରୁ କୌଣସି ନିର୍ବାଚନ ହୋଇ ନ ଥିବାରୁ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ବିଧାନସଭା ନାହିଁ ତେଣୁ ସଂସଦରେ ଏହା ସହ ଜଡିତ ବିଲ୍ ଆଗତ ହେବ।

ସରକାର ୫ ଅଗଷ୍ଟ  ୨୦୧୯ରେ, ଧାରା ୩୭୦କୁ ପ୍ରତ୍ୟାହାର କରିନେଲେ । ଯାହା ଜମି କିମ୍ବା ଅସ୍ଥାବର ସମ୍ପତ୍ତି ଏବଂ ଚାକିରି ଉପରେ ସ୍ଥାନୀୟ ଲୋକଙ୍କ ଅଧିକାର ରହିଲା ନାହିଁ  । ଏହାପରେ ଜାମ୍ମୁ କାଶ୍ମୀରର ବାସିନ୍ଦାମାନେ କେନ୍ଦ୍ରଶାସିତ ପ୍ରଦେଶରେ ବାହାର ଲୋକ ଆସିବା ସମ୍ଭାବନା ସୃଷ୍ଟି ହୋଇଥିଲା ।

ସରକାର ୫ ୨୦୧୯ରେ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରିଥିଲେ । ଉପତ୍ୟକାରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସଂଶୋଧନର ଏକ ସପ୍ତାହ ମଧ୍ୟରେ ଜାମ୍ମୁ କାଶ୍ମୀର ପାଇଁ ନୂତନ ଗୃହ ନିୟମ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ଆଦେଶ ପ୍ରତ୍ୟାବର୍ତ୍ତନ କରିଛି । ସଂଶୋଧିତ ଆଦେଶ ଅନୁଯାୟୀ, କେବଳ ବାସିନ୍ଦା ଯେଉଁମାନେ ବାସସ୍ଥାନ ସାର୍ଟିଫିକେଟ୍ ରଖିଛନ୍ତି ସେମାନଙ୍କୁ ସେଠାରେ ଚାକିରିରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଅନୁମତି ଦିଆଯିବ।

   Related Posts