ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି ଉଚ୍ଛେଦ ପାଇଁ ଯୋଜନା

Published By : Prameya-News7 Bureau | September 11, 2019 IST

ଭୁବନେଶ୍ବର ୧୧।୯: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି ଉଚ୍ଛେଦ ପାଇଁ ଅଛି ଯୋଜନା । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷିତ ଲାଗି ସରକାର ଆରମ୍ଭ କରିଥିବା ଯୋଜନାର ଢାଞ୍ଚା ଏକାମ୍ର କ୍ଷେତ୍ରରେ ଲାଗୁ ହେବ । ଶ୍ରୀଲିଙ୍ଗରାଜ ସମେତ ଏହାର ଆଖପାଖ କୀର୍ତ୍ତିରାଜିକୁ ଅଧିକ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର ଏଭଳି ଯୋଜନା ହାତକୁ ନେବାକୁ ଅଣ୍ଟା ଭିଡିଛନ୍ତି ।

ଯୋଜନାକୁ ସାକାର କରିବାକୁ ଖୁବ୍ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଐତିହ ଓ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ଅଟେ ।

ଶ୍ରୀଜଗନ୍ନାଥଙ୍କ ଭଳି ଶ୍ରୀଲିଙ୍ଗରାଜଙ୍କର ବି ବହୁ ଭୂସମ୍ପତ୍ତି ରାଜ୍ୟ ଓ ରାଜ୍ୟବାହାରେ ଅବହେଳିତ ହୋଇ ରହିଛି । ଏହାର ପୁନରୁଦ୍ଧାର କରିବାକୁ ଏବେ ସରକାର ଅଣ୍ଟା ଭିଡିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.