Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାରତରେ ୧୦୦ ଦିନରେ ଆରମ୍ଭ ହେବ ୫ଜି ସେବା

4/06/2019 at 9:29 AM

ନୂଆଦିଲ୍ଲୀ ୪|୬: ଭାରତରେ ୧୦୦ ଦିନ ମଧ୍ୟରେ ୫ଜି ମୋବାଇଲ ସେବାର ପରୀକ୍ଷଣ ଆରମ୍ଭ ହେବ । ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ୫ଜି ସହ ଅନ୍ୟ ବ୍ରାଣ୍ଡ ପାଇଁ ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

ବିଏସ୍‌ଏନ୍‌ଏଲ କ୍ଷତିରେ ଚାଲିବା ସହ ଏଥିରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ସେ ମତ ଦେଇଛନ୍ତି । ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍ଏଲ୍‌ର ପୁନରଉଦ୍ଧାର କାର୍ଯ୍ୟ କରାଯିବ । ଏହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଏହି ଦୁଇ କମ୍ପାନୀର କର୍ମଚାରୀମାନେ ପ୍ରତିଦ୍ୱନ୍ଦିତା ମନବୃତ୍ତି ନେଇ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଚୀନ୍‌ର ଟେଲିକମ୍ କମ୍ପାନୀ ହୁଆଇକୁ ୫ଜି ପରୀକ୍ଷଣ ପାଇଁ ଅନୁମତି ଦିଆଯିବ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏହି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ପେକ୍ଟ୍ରମ ନିଲାମ କରାଯିବ ।

ଏବେ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ଉପଲବ୍ଧ ଅଛି । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ୮,୬୪୪ ମେଗାହର୍ଜ ଦୂରସଂଚାର ସ୍ପେକ୍ଟ୍ରମ ନିଲାମ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ୫ଜି ପାଇଁ ସ୍ପେକ୍ଟ୍ରମ ବି ରହିଛି । ଏହାର ମୋଟ୍ ମୂଲ୍ୟ ୪.୯ ଲକ୍ଷ କୋଟି ଟଙ୍କା । ଏହା ଅଧିକ ମୂଲ୍ୟ ହେଉଥିବା କେତକ ଟେଲିକମ୍‌ କମ୍ପାନୀ କହିଛନ୍ତି ।

   Related Posts