Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଦେଶର କୋଣ ଅନୁକୋଣରେ କିଭଳି ପହଞ୍ଚାଯିବ ଭ୍ୟାକସିନ୍, ଡୋଜ୍ ପ୍ରଥମେ କାହାକୁ ଦିଆଯିବ, ବରିଷ୍ଠ ନାଗରିକ ନା ହେଲ୍ଥ ୱାର୍କର୍ : ବିଚାର କରୁଛନ୍ତି ସରକାର

27/07/2020 at 12:03 PM

ନୂଆଦିଲ୍ଲୀ ୨୭/୦୭ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ହାହାକାର ଖେଳି ଯାଇଛି | ସାରା ଦୁନିଆର ନଜର ବର୍ତ୍ତମାନ କରୋନା ଭ୍ୟାକସିନ ଉପରେ | ବରାତ୍ତମାନ ସାରା ଦୁନିଆରେ ୧୪୦ଟି ଭ୍ୟାକସିନ ଉପରେ କାମ ଚାଲିଛି | ସେଥିରୁ ୨୩ଟି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଜାରି ରହିଛି | ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭ ଆଡକୁ ଦୁନିଆକୁ କରୋନା ଭ୍ୟାକସିନ ମିଳିଯିବାର ଆଶଙ୍କା କରାଯାଉଛି | ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଭ୍ୟାକସନ ପହଞ୍ଚାଇବା ମଧ୍ୟ ସହଜ କଥା ନୁହେଁ | ତେବେ ଦେଶର କୋଣ ଅନୁକୋଣରେ କରୋନା ଭ୍ୟାକସିନ ପହଞ୍ଚାଇବାକୁ ସରକାର ଯୋଜନା ଆରମ୍ଭ କରିସାରିଛନ୍ତି | ରିପୋର୍ଟ ଅନୁଯାୟୀ, ସରକାର ଭିନ୍ନ ଭିନ୍ନ ସ୍ଥରରେ ବିଭିନ୍ନ ସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି | ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ, ଭାରତୀୟ ଅଧିକାରୀ ଲଜିଷ୍ଟିକରୁ ଆରମ୍ଭ କରି ଭ୍ୟାକସିନ ସପ୍ଲାଏ ଉପରେ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି | ବିଜ୍ଞାନ ଓ ପ୍ରଦ୍ୟୋଗିକର ଅନେକ ମନ୍ତ୍ରାଳୟ ଓ ଅଧିକାରୀ ଏହି ଆଲୋଚନାରେ ସାମିଲ ହୋଇଛନ୍ତି | ୨୦୨୧ ଆରମ୍ଭ ଆଡକୁ ଯେକୌଣସି ଭ୍ୟାକସିନ ଆସିବା ନେଇ ଏମାନେ ଆଶାବାଦୀ | ସରକାରୀ ସୂତ୍ରରୁ ଖବରକାଗଜ ଦାବି କରିଛି ଯେ ଏବେ ସୁଦ୍ଧା ଭ୍ୟାକସିନର ଡିଷ୍ଟ୍ରିବ୍ୟୁସନକୁ ନେଇ ଦୁଇଟି ବୈଠକ ହୋଇଛି | ଆଗାମୀ ସପ୍ତାହରେ ଏହା ଉପରେ ଆହୁରି ଚର୍ଚ୍ଚା ହେବ |

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଭ୍ୟାକସିନକୁ ନେଇ ବର୍ତ୍ତମାନ ଇଣ୍ଟରନାଲ ବିଚାର ବିମର୍ଷ ଆରମ୍ଭ ହୋଇସାରିଛି | ଶେଷ ସମୟରେ ଯେମିତି କିଛି ସମସ୍ୟା ନ ଉପୁଜେ ସେଥିପାଇଁ ଏତେ ସବୁ ଯୋଜନା, ବିଚାର ଓ ଆଲୋଚନା ହେଉଛି | ବୈଠକରେ ଯେଉଁସବୁ ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହେଉଛି ତାହା ହେଲା ଉତ୍ତର-ପୂର୍ବ ଭାରତ ଭଳି ଦୂର ଦୁରାନ୍ତର ଅଞ୍ଚଳରେ ଭ୍ୟାକସିନ ଡିଷ୍ଟ୍ରିବ୍ୟୁସନ କାମ | ସେ କହିଛନ୍ତି ଯେ ସରକାର ଏହିଭଳି ଅଞ୍ଚଳରେ ଅଧିକ ମାତ୍ରାରେ କୋଲ୍ଡ ଷ୍ଟୋରେଜ ସୁବିଧା କରିବାକୁ ଯୋଜନା କରୁଛି |

ଭ୍ୟାକସିନ କିଭଳି ବିତରଣ କରାଯିବ ତା’ଉପରେ ମଧ୍ୟ ଚର୍ଚ୍ଚା ହେଉଛି | ଭ୍ୟାକସିନ କେବଳ ସରକାରୀ ହସ୍ପିଟାଲ ଜରିଆରେ ଦିଆଯିବା ଉଚିତ ନା ଘରୋଇ ହସ୍ପିଟାଲକୁ ମଧ୍ୟ ଏଥିରେ ସାମିଲ କରାଯିବା ଉଚିତ ତା’ପରେ ମଧ୍ୟ ଚର୍ଚ୍ଚା ହେଉଛି | ଭ୍ୟାକସିନ ଡୋଜ ପ୍ରଥମେ କାହାକୁ ଦିଆଯିବ ସେ ପ୍ରସଙ୍ଗରେ ମଧ୍ୟ ସରକାରୀ ଅଧିକାରୀ ଆଲୋଚନା କରୁଛନ୍ତି | ଫ୍ରଣ୍ଟଲାଇନ ହେଲ୍ଥ ୱାର୍କର ନା ଦେଶର ବରିଷ୍ଠ ନାଗରିକଙ୍କୁ ପ୍ରଥମେ ଭ୍ୟାକସିନ ଡୋଜ ଦିଆଯିବ ସେନେଇ ବିଚାର ବିମର୍ଷ ଚାଲିଛି | 

   Related Posts