ଝିଅଙ୍କର ସର୍ବନିମ୍ନ ବିବାହ ବୟସ ପରିବର୍ତ୍ତନ ପାଇଁ ଚିନ୍ତା କରୁଛନ୍ତି ସରକାର, ମୋଦି ଦେଲେ ସଙ୍କେତ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୮: ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ବଦଳାଇବା ନେଇ ଚିନ୍ତା କରୁଛନ୍ତି ମୋଦି ସରକାର । ୭୪ତମ ସ୍ବାଧୀନତା ଦବସ ଅବସରରେ ଲାଲକିଲ୍ଲାରୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝିଅଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ ହେବା ଉଚିତ୍ ଏହାର ସମୀକ୍ଷା କରିବା ଲାଗି ଏକ କମିଟି ଗଠନ କରାଯାଇଛି । ଏହି କମିଟିର ରିପୋର୍ଟ ଆସିବା ପରେ ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏବେ ଭାରତରେ ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୧୮ ଥିବା ବେଳେ ପୁଅଙ୍କ ପାଇଁ ରହିଛି ୨୧ବର୍ଷ । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ବଢାଇବା ପଛରେ ଲକ୍ଷ୍ୟ ରହିଛି ମାତୃ ମୃତ୍ୟୁ ହାର କମାଇବା । ଶାରିରୀକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ନଥିବା ବେଳେ ଝିଅଙ୍କ ବିବାହ କରି ଦିଆଯାଉଛି ଏବଂ ସେମାନଙ୍କୁ ମା’ ହେବାକୁ ଚାପ ପକାଯାଉଛି । ଏହା ଫଳରେ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବା ଆଶଙ୍କା ରହିଛି ।

ଏହାକୁ ଲକ୍ଷ୍ୟ ରଖି ସର୍ବନିମ୍ନ ବିବାହ ବୟସକୁ ପରିବର୍ତ୍ତନ କରିବା ଲାଗି ସମୀକ୍ଷା କରାଯାଉଛି । ଗତ ଜୁନ୍ ମାସରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ କମିଟି ଗନ କରିଥିଲା । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ୨୦୨୦ ବଜେଟରେ ନିର୍ମଳା ସୀତାରମଣ ମଧ୍ୟ ସର୍ବନିମ୍ନ ବିବାହ ବୟସ ନେଇ ଅନୁଧ୍ୟାନ କରିବାକୁ ଟାସ୍କ ଫୋର୍ସ ଗଠନ ହୋଇଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.