Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପୁଣି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର, ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର

26/10/2020 at 4:59 PM

ନୂଆଦିଲ୍ଲୀ ୨୬।୧୦: ଗଣମାଧ୍ୟମ ରିପୋର୍ଟସକୁ ବିଶ୍ୱାସ କରାଗଲେ କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ଲାଗି ବିଚାର କରୁଥିବା ଜଣାପଡିଛି। ଗତ ମେ ମାସରେ ସରକାର ଲିଟର ପିଛା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ  ୧୦ ରୁ ୧୩ ଟଙ୍କା ପର୍ଯ୍ୟନ୍ତ ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଥିଲେ। ଏଥର ସରକାର ୩ରୁ ୬ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଲାଗି ବିଚାର କରୁଥିବା ଜଣାପଡିଛି। ଯଦି ସରକାର ଏକ୍ସାଇଜ୍ ଡ୍ୟୁଟି ବଢେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିବା ନିଶ୍ଚିତ ବୋଲି ଆକଳନ କରାଯାଉଛି।

ଇଂରାଜୀ ସମ୍ବାଦପତ୍ର ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁସାରେ କରୋନା ଯୋଗୁ ଭୂଷୁଡି ପଡିଥିବା ଅର୍ଥ ବ୍ୟବସ୍ଥାର ଉଦ୍ଧାର ଲାଗି ସରକାର ତୃତୀୟ ପ୍ୟାକେଜ୍‌ ନିମନ୍ତେ ପ୍ରସ୍ତୁତି କରୁଛନ୍ତି। ଏଥିଲାଗି ଆବଶ୍ୟକ ପଡୁଥିବା ପାଣ୍ଠିର ଭରଣା ନିମନ୍ତେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ଲାଗି ବିଚାର କରାଯାଉଛି। ତେବେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରଖି ସରକାର ଏହି ଶୁଳ୍କ ବୃଦ୍ଧି  ବିଚାର କରୁଛନ୍ତି।

 ଗତ ମେ ମାସରେ ସରକାର ଶୁଳ୍କ ବୃଦ୍ଧି କରିଥିଲେ ବି ଦର ସ୍ଥିର ରହିଥିଲା। ତେବେ ସରକାରଙ୍କ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ଯୋଗୁ ଗ୍ରାହକଙ୍କୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ସମୟର ଲାଭ ମିଳିପାରୁନି। ୨୦୧୪ ମସିହାରେ ପ୍ରତି ଲିଟର ପେଟ୍ରୋଲ ଉପରେ ମୋଟ ଶୁଳ୍କ ୯ଟଙ୍କା ୪୮ ପଇସା ଓ ଡିଜେଲ ଉପରେ ୩ଟଙ୍କା ୫୬ ପଇସା ଶୁଳ୍କ  ଲାଗୁ ହେଉଥିଲା। ତେବେ ସରକାର ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବା ପରେ ଏବେ ଏହି ଶୁଳ୍କ ପ୍ରତି ଲିଟର ପେଟ୍ରୋଲରେ ୩୨ଟଙ୍କା ୯୮ ଓ ଡିଜେଲରେ ୩୧ଟଙ୍କା ୮୩ ପଇସାରେ ପହଞ୍ଚିଲାଣି।  

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି ପ୍ରତି ଲିଟର ୩ରୁ ୬ଟଙ୍କା ବୃଦ୍ଧି ହୋଇପାରେ। ଯଦି ଲିଟର ପିଛା ଦରରେ ଗୋଟିଏ ଟଙ୍କା ଶୁଳ୍କ ବୃଦ୍ଧି ହୁଏ ସରକାରୀ ରାଜକୋଷକୁ ବାର୍ଷିକ ୧୩ ହଜାରରୁ ୧୪ ହଜାର କୋଟି ଟଙ୍କା ଜମା ହୋଇପାରୁଛି। ଏଥିରେ ଯଦି ଅଶୋଧିତ ତୈଳ ଦର ହ୍ରାସରେ ସରକାରଙ୍କୁ ରାଜସ୍ୱ କ୍ଷତିଭରଣାର ସୁଯୋଗ ମିଳୁଥିଲା। ଭାରତ ମୋଟ ତୈଳ ଆବଶ୍ୟକତାର ୮୨ ପ୍ରତିଶତ ଆମଦାନୀ କରିଥାଏ। ଏଣୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହେଲେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ମଧ୍ୟ ହୋଇଥାଏ।  

   Related Posts