Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

PM କିଷାନ ଯୋଜନା: ୪୨ଲକ୍ଷ ଅପାତ୍ର ଚାଷୀଙ୍କ ଠାରୁ ୩ ହଜାର କୋଟି ଟଙ୍କା ଆଦାୟ କରିବେ ସରକାର

23/07/2021 at 6:24 PM

ନୂଆଦିଲ୍ଲୀ ୨୩।୭: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। ୨ ହଜାର ଟଙ୍କା ଲେଖାଏଁ ୩ କିସ୍ତିରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ କ୍ୟାସ୍‌ ବେନିଫିଟ୍  ଟ୍ରାନ୍ସଫର ମାଧ୍ୟମରେ ପହଞ୍ଚାଇ ଦେଉଛନ୍ତି। ତେବେ ଏପରି କେତେକ ଲୋକେ ଅଛନ୍ତି ଯେଉଁମାନେ ଏହି ଯୋଜନାର ଲାଭ ନେବା ଲାଗି ଅଯୋଗ୍ୟ। ତେବେ ଯୋଜନାରେ ସେମାନେ ମଧ୍ୟ ଲାଭ ଉଠାଉଛନ୍ତି। ଏପରି ଲୋକଙ୍କ ଠାରୁ ସରକାର ଟଙ୍କା ଅସୁଲ କରିବା ଲାଗି ଏବେ ଯୋଜନା କରୁଛନ୍ତି।

ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଏପରି ୪୨.୧୬ ଲକ୍ଷ ଲୋକେ ଚିହ୍ନଟ ହୋଇଛନ୍ତି ଯେଉଁମାନେ ଚାଷୀ ନ ହୋଇ ମଧ୍ୟ କୃଷକ ସମ୍ମାନ ନିଧି ଯୋଜନାର ଲାଭ ନେଉଛନ୍ତି। ଏମାନଙ୍କ ଠାରୁ ୨ହଜାର ୯୯୨. ୭୫ କୋଟି ଟଙ୍କା ରିକୋଭରି ଲାଗି ସରକାର ଏବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାରଙ୍କ ଅନୁସାରେ ଏମାନେ ସେହି ଚାଷୀ ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ କରୁଛନ୍ତି।

ଏପରି ଚାଷୀଙ୍କ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଂସଦରେ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିରେ ଆସାମରେ ସବୁଠୁ ଅଧିକ ରିକୋଭରି ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରୁ ଖୁବ୍ କମ୍‌ ରିକୋଭରୀ ହେବ ବୋଲି କହିଛନ୍ତି। ପଶ୍ଚିମବଙ୍ଗରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ନେଉ ନାହାନ୍ତି। ତେବେ ଯେଉଁ ଚାଷୀ ଯୋଜନାର ଲାଭ ନେଇଛନ୍ତି ସେମାନଙ୍କ ମଧ୍ୟରେ କିଛି ଅପାତ୍ର ଚାଷୀ ଥିବାର ମଧ୍ୟ ଜଣାପଡିଛି।  ଆସାମରେ ଅପାତ୍ର ଚାଷୀଙ୍କ ଠାରୁ ୫୫୪.୦୧ କୋଟି ଟଙ୍କା ରିକୋଭରି ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ମାତ୍ର ୭୬ ହଜାର ଟଙ୍କା ରିକୋଭରି ହେବ ବୋଲି ତୋମାର ଗୃହକୁ ସୂଚିତ କରିଛନ୍ତି।

   Related Posts