Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଚୋରି ମୋବାଇଲ ଆଉ କେହି ବ୍ୟବହାର କରିପାରିବେ ନାହିଁ : ଚୋରି ମୋବାଇଲ ଉପରେ ଲଗାମ ଲଗାଇବାକୁ ଆରମ୍ଭ ହେବ ପାଇଲଟ ପ୍ରୋଜେକ୍ଟ

ନୂଆଦିଲ୍ଲୀ ୨୧/୬ : ଯଦି ଆପଣ ମଧ୍ୟ ଶସ୍ତା ଚକ୍କରରେ ଚୋରି ମୋବାଇଲ କିଣୁଛନ୍ତି କି ବ୍ୟବହାର କରୁଛନ୍ତି ତାହେଲେ ସାବଧାନ ହୋଇଯନ୍ତୁ । ଚୋରି ମୋବାଇଲ ଉପରେ ଲଗାମ ଲଗାଇବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସରକାର ଏମିତି ଏକ କୌଶଳ ବାହାର କରିବାକୁ ଯାଉଛନ୍ତି ଯାହାଦ୍ୱାରା ଚୋରି ମୋବାଇଲରେ ଆପଣ ଯେକୌଣସି ନେଟୱାର୍କର ସିମ ବ୍ୟବହାର କରିପାରିବେ ନାହିଁ । ଯାହାଫଳରେ ଚୋରି ମୋବାଇଲରେ କଲିଂ ସୁବିଧା ରହିବ ନାହିଁ ।

ମୋବାଇଲ ଫୋନ ଚୋରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ଟେଲିକମ ବିଭାଗ ଖୁବ ଶୀଘ୍ର ଇଣ୍ଟରନ୍ୟାଶନାଲ ୱିକ୍ୟୁପମେଣ୍ଟ ଆଇଡେଣ୍ଟିଟି (ଆଇଏମଆଇ)ନମ୍ବରର ଡାଟାବେଶ ପ୍ରସ୍ତୁତ କରିବାକୁ ଯାଉଛି । ଏହାଦ୍ୱାରା ଦେଶରେ ବ୍ୟବହୃତ ସମସ୍ତ ମୋବାଇଲ ଫୋନର ଆଇଏମଆଇ ରହିବ । ଏହି ଡାଟାବେଶ ସାହାଯ୍ୟରେ ୧୫ ଅଙ୍କ ବିଶିଷ୍ଟ ଆଇଏମଇଆଇ ନମ୍ବର ଜରିଆରେ ଯେକୌଣସି ମୋବାଇଲକୁ ବ୍ଲକ କରାଯାଇପାରିବ । ଏହାପରେ ସେ ମୋବାଇଲ ଆଉ ବ୍ୟବହାର କରାଯାଇପାରିବ ନାହିଁ ।

ଏହି ସୁବିଧା ଉପଲବ୍ଧ କରିବା ପାଇଁ ଫୋନ ଚୋରି ହେବା ପରେ କିମ୍ବା ହଜିଯିବା ପରେ ଥାନାରେ ଏକ ମାମଲା ରୁଜ୍ଜୁ କରିବାକୁ ପଡିବ । ଦୂର ସଂଚାର ବିଭାଗ ହେଲ୍ପ ଲାଇନ ନମ୍ବରରେ ଫୋନ କରି ଏ ସମ୍ପର୍କରେ ସୂଚନା ଦେବାକୁ ହେବ । ଏହାପରେ ଦୂର ସଞ୍ଚର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆଇଏମଇଆଇ ନମ୍ବର ଜରିଆରେ ଫୋନକୁ ବ୍ଲକ କରିବେ । ବ୍ଲକ ହେବ ପରେ ସେହି ଫୋନରେ କୌଣସି କମ୍ପାନୀର ସିମ୍ କାମ କରିବା ନାହିଁ ।

୨୦୧୭ ଜୁଲାଇ ମାସରେ ଟେଲିକମ୍ ବିଭାଗ ମହାରାଷ୍ଟ୍ର ପୁନେରେ ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ପାଇଲଟ ପ୍ରୋଜେକ୍ଟ ପାଇଁ ବିଏସଏନଏଲ କମ୍ପାନୀକୁ ଚୟନ କରାଯାଇଥିଲା ଯାହା ସଫଳ ହୋଇଥିଲା । ୨୦୧୯-୨୦ ଅନ୍ତରୀଣ ବଜେଟରେ ମୋଦି ସରକାର ଏଥିପାଇଁ ୧୫ କୋଟି ଟଙ୍କା ପ୍ରାରମ୍ଭିକ ବଜେଟ ଆବଣ୍ଟନ କରିଥିଲେ ।

ଚୋରି ମୋବାଇଲ ବ୍ୟବହାର ରୋକିବା ପାଇଁ ଅଷ୍ଟ୍ରେଲିଆ, ବ୍ରିଟେନ, ମିଶର ଏବଂ ତୁର୍କୀ ଭଳି ଦେଶରେ ଏହି ସୁବିଧା ପୂର୍ବରୁ ଉପଲବ୍ଧ । ଏହି ପ୍ରୋଜେକ୍ଟର ଆଉ ଏକ ଲକ୍ଷ ହେଲା, ନକଲି ଆଇଏମଇଆଇ ନମ୍ବର ଥିବା ଡିଭାଇସକୁ ବନ୍ଦ କରିବା । ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଆଇଏମଇଆଇ ନମ୍ବର ଜରିଆରେ ଚୋରି ମୋବାଇଲର ପତା ଲଗାଇଥାନ୍ତି ।

324 Views

   ସମ୍ବନ୍ଧିତ ଖବର