ପୁଣି ଚାକିରୀରୁ ବିଦା ହେଲେ ଦୁଇ ଯନ୍ତ୍ରୀ, ଉଭୟଙ୍କ ନାଁରେ ରହିଛି ଏକାଧିକ ଭିଜିଲାନ୍ସ ମାମଲା

Published By : Prameya-News7 Bureau | October 10, 2019 IST

ଭୁବନେଶ୍ବର ୧୦।୧୦: ପୁଣି ଚାକିରୀରୁ ବିଦା ହୋଇଛନ୍ତି ଦୁଇ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଉଭୟଙ୍କୁ ସରକାର ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଅଧିକାରୀ ହେଉଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଏବଂ ଉପ କାର୍ଯ୍ୟନର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ । ଉଭୟଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣକୃଷ୍ଣ ପ୍ରସାଦଙ୍କ ନାଁରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି । ସେହିଭଳି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ନାଁରେ ୪ଟି ଭିଜିଲାନ୍ସ ମାମଲା ରହିଛି ।

ଅନ୍ୟପଟେ ଆଜି ଜଙ୍ଗଲ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ । ଓଏଫଏସ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.