ଚାକିରୀରୁ ବିଦା ହେଲେ ଡିଏଫଓ ସୁଧାଂଶୁ ଶେଖର ମିଶ୍ର

Published By : Prameya-News7 Bureau | October 10, 2019 IST

ଭୁବନେଶ୍ବର ୧୦।୧୦: ଜଙ୍ଗଲ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଓଏଫଏସ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଆଠଗଡ ଡିଏଫ୍ଓ ଥିବାବେଳେ ସୁଧାଂଶୁ ଶେଖର ମିଶ୍ରଙ୍କ ନାଁରେ ଅଭିଯୋଗ ଆସିଥିଲା । ଭିଜିଲାନ୍ସ ଚଢ଼ାଉ ବେଳେ ୫ କୋଟି ୬୮ ଲକ୍ଷ ୯୨ ହଜାର ୭୫୧ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ସମ୍ପତ୍ତି ଠୁଳ ଅଭିଯୋଗରେ ସୁଧାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ୨୦୧୬ ଫେବୃୟାରୀ ୨୫ ତାରିଖରେ ଚାକିରୀରୁ ନିଲମ୍ବିତ ହୋଇଥିଲେ ସୁଧାଂଶୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.