ସରକାରଙ୍କ ନିର୍ଦ୍ଦେଶ ହଷ୍ଟେଲ ଛାଡ଼, ଘରକୁ ଫେରିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 10, 2021 IST

ନବରଙ୍ଗପୁର, ୦୯/୦୪: ରାଜ୍ୟରେ କରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି  ଆଦିବାସୀ କଲ୍ୟାଣ ବିଭାଗ, ଉନ୍ନୟନ ସଚିବଙ୍କ ନିର୍ଦ୍ଦେଶକ୍ରମେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋଷ୍ଟେଲ ଛାଡିବାକୁ ଆଦେଶ ହେଇଥିଲା । ଏହାକୁ ନେଇ ଆଜି ନବରଙ୍ଗପୁର କୋଡ଼ିଙ୍ଗା ଆଦିବାସୀ ସ୍କୁଲର ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

{"id":436469,"sizeSlug":"large","linkDestination":"none"}

କରନା ସଂକ୍ରମଣ ପାଇଁ ଦୀର୍ଘ ନଅମାସ ଧରି ସ୍କୁଲ ବନ୍ଦ ହୋଇ ପୁଣି ଖୋଲିଥିବା ବେଳେ ପୁଣି ଦୁଇ-ତିନି ମାସ ପରେ କୋରନାର ଦ୍ୱିତୀୟ ଲହରର ଭୟଭୟତା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ର-ଛାତ୍ରୀଙ୍କ ସୁରକ୍ଷା କାରଣରୁ ଏହି ନିଷ୍ପତି ସରକାର ନେଇଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ବନ୍ଦ କରିବା ନିଷ୍ପତିକୁ ନେଇ ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟର ଛାତ୍ର-ଛାତ୍ରୀ ହଷ୍ଟେଲ ଛାଡି ଘରକୁ ଫେରୁଛନ୍ତି । ସୀମାନ୍ତବର୍ତ୍ତି ଅଞ୍ଚଳରେ ଥିବା ସ୍କୁଲ ହଷ୍ଟେଲର ଛାତ୍ର-ଛାତ୍ରୀମାନେ ଏବେ ଘରକୁ ଫେରିଥିବା ଦେଖିବାକୁ ମିଳିଛି ।

{"id":436472,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.