ଚାଇନା ଆପ୍ ବନ୍ଦ କରିବାକୁ ଟେଲିକମ୍ କମ୍ପାନୀକୁ ସରକାରଙ୍କ ନିର୍ଦେଶ, ଏହିଭଳି ହେବ ବ୍ଲକ୍

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧/୦୭ : ଭାରତ ସରକାର ସୋମବାର ଦିନ ଲୋକପ୍ରିୟ ଟିକଟକ ଆପ ସମେତ ୫୯ ଚାଇନିଜ ଆପକୁ ବ୍ୟାନ କରିଦେଇଛନ୍ତି | ମଙ୍ଗଳବାର ଦିନ ସମସ୍ତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର କମ୍ପାନୀକୁ ପ୍ରତିବନ୍ଧିତ ୫୯ ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଉପରେ ଲଗାଇବାକୁ ନିର୍ଦେଶ ଜାରି କରିଛନ୍ତି | ସରକାରଙ୍କ ଆଦେଶର ଦୁଇଟି ତାଲିକା ରହିଛି | ପ୍ରଥମ ତାଲିକାରେ ୩୫ ଆପର ନାଁ ରହିଥିବାବେଳେ ଦ୍ୱିତୀୟ ତାଲିକାରେ ୨୪ ଆପର ନାଁ ରହିଛି |

{"id":294263,"sizeSlug":"large"}

ଇଣ୍ଟରନେଟ କମ୍ପାନୀକୁ ଦୂର ସଞ୍ଚାର ବିଭାଗର ଏକ ଆଦେଶରେ କୁହାଯାଇଛି ଯେ ୨୪ ଆପକୁ ବ୍ୟାନ କରିବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ସୂଚନା ପ୍ରଦ୍ୟୋଗିକ ଅଧିନିୟମ ୨୦୦୦ ର ଜରୁରୀକାଳୀନ ଧାରା ୬୯ଏ ଅନୁଯାୟୀ ତତ୍କାଳ ପ୍ରତିବନ୍ଧକ ଲଗାଇବାକୁ ନିର୍ଦେଶ ଜାରି କରିଛନ୍ତି | ଏହାଛଡା ବାକି ୩୫ ଆପକୁ ବନ୍ଦ କରିବା ପାଇଁ ମଙ୍ଗଳବାର ଦିନ ହିଁ ନିର୍ଦେଶ ଜାରି କରିଦେଇଥିଲେ | ସରକାର ଏକ ଆଇପି ଆଡ୍ରେସ ସହିତ ୱେବଲିଙ୍କ ଜାରି କରିଛନ୍ତି ଯାହା ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ଚାଇନା ଆପ ଆକ୍ସେସକୁ ସହଜରେ ବ୍ଲକ କରିପାରିବ |

{"id":294264,"sizeSlug":"large"}

ଟେଲିକମ କମ୍ପାନୀ କହିଛି ଯେ କୌଣସି ଆପକୁ ବନ୍ଦ କରିବା ଟେକ୍ନଲଜୀ ତାଙ୍କ ପାଖରେ ଉପଲବ୍ଧ ନାହିଁ | କେବଳ ସେହି ଆପର ଆଇପି ଆଡ୍ରେସକୁ ବ୍ଲକ କରିବାକୁ ହେବ | ଏହାପରେ ସେହି ଆପ କାମ କରିବା ବନ୍ଦ କରିଦେଇଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.