ପଦ୍ମ ପୁରସ୍କାର ଲାଗି ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା, ଦେଖନ୍ତୁ ବିସ୍ତୃତ ବିବରଣୀ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦।୬: ପଦ୍ମପୁରସ୍କାର-୨୦୨୨ ଲାଗି କେନ୍ଦ୍ର ସରକାର ଗୁରୁବା ଅନଲାଇନ୍‌  ସୁପାରିଶ ଓ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଘୋଷଣା ହୋଇଥାଏ। ପଦ୍ମପୁରସ୍କାର ନିମନ୍ତେ ନାମାଙ୍କନର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୧। ପୁରସ୍କାର ନିମନ୍ତେ ନାମାଙ୍କନ ଅଥବା ସୁପାରିଶ କେବଳ ପଦ୍ମ ଆୱାର୍ଡ ପୋର୍ଟାଲ padmaawards.gov.in.ରେ ଉପଲବ୍ଧ।

{"id":464087,"sizeSlug":"large","linkDestination":"none"}

ପଦ୍ମପୁରସ୍କାର ଅର୍ଥାତ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ଅନ୍ୟତମ। ୧୯୫୪ ମସିହାରେ ସ୍ଥାପିତ ଏହି ପୁରସ୍କାର ଗୁଡିକର ଘୋଷଣା ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ହୋଇଥାଏ। ଏହି ପୁରସ୍କାର କଳା, ସାହିତ୍ୟ, ଶିକ୍ଷା, କ୍ରିଡା, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନକୁ ମାନ୍ୟତା ପ୍ରଦାନ ଲାଗି ପ୍ରଦାନ କରାଯାଇଥାଏ। ଜାତି, ବ୍ୟବସାୟ, ପଦ ଓ ଲିଙ୍ଗ ଭେଦ ବିନା ପ୍ରତ୍ୟେକ ବ୍ୟକ୍ତି ଏହି ପୁରସ୍କାର ଲାଗି ପାତ୍ର ଅଟନ୍ତି। କେବଳ ଡାକ୍ତର ଓ ବୈଜ୍ଞାନିକଙ୍କୁ ଛାଡି ଦେଲେ ସାର୍ବଜନିକ ଉପକ୍ରମରେ କାର୍ଯ୍ୟରତ କର୍ମଚାରୀ ଅଥବା ସରକାରୀ କର୍ମଚାରୀ ଏହି ପୁରସ୍କାର ଲାଗି ପାତ୍ର ହୋଇପାରିବେନି।

{"id":464088,"width":838,"height":465,"sizeSlug":"large","linkDestination":"none"}

ସରକାର ପଦ୍ମପୁରସ୍କାରକୁ ‘ପ୍ୟୁପିଲସ୍‌ ପଦ୍ମ’ରେ ରୂପାନ୍ତରିତ କରିବା ଲାଗି ସଂକଳ୍ପବଦ୍ଧ। ଏଣୁ ସବୁ ନାଗରିକଙ୍କୁ  ସ୍ୱ ନାମାଙ୍କନ ସହ ସୁପାରିଶ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ବିଜ୍ଞପ୍ତିରେ କହିଛନ୍ତି। ନାମାଙ୍କନ ଓ ସୁପାରିଶ ଲାଗି ପଦ୍ମ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ସମସ୍ତ ପ୍ରାସଙ୍ଗିକ ବିବରଣୀ ବର୍ଣ୍ଣନାତ୍ମକ ଭାବେ (ଅନୁନ୍ୟ ୮୦୦ ଶବ୍ଦ ମଧ୍ୟରେ) ପ୍ରଦାନ ପୂର୍ବକ ଆବେଦନ କରାଯାଇ ପାରିବ। ଏହା ଛଡା କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ତଥା ଭାରତ ରତ୍ନ ଓ ପଦ୍ମପୁରସ୍କାର ବିଜେତାମାନଙ୍କୁ ଉପଯୁକ୍ତ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଚୟନ ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.