କରୋନା ହୋଇଥିବ ଭାବି ଶବର ପାଖ ମାଡିଲେନି ଗାଁ ଲୋକେ, ପିପିଇ କିଟ୍ ପିନ୍ଧି ସଂସ୍କାର କଲେ ସରକାରୀ କର୍ମଚାରୀ

Published By : Prameya-News7 Bureau | May 02, 2021 IST

ଗଂଜାମ ୦୨/୦୫ :  ହିଂଜିଳିକାଟୁ ସମରଝୋଳ ଗାଁ ରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଡି ଗୋବିନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଛି । ତେବେ ଆଖ ପାଖ ପଡୋଶୀ କରୋନା ସଂକ୍ରମଣ ଭୟରେ ମୃତଦେହକୁ ଶ୍ମସାନକୁ ନେବାକୁ ମଧ୍ୟ କେହି ରାଜି ହୋଇନଥି​‌ଲେ । ଜିଲ୍ଲା ପ୍ରଶାସନକୁ ଖବର ଦିଆଯିବା ପରେ ବିଡିଓ ଓ ପୌରନିର୍ବାହୀ  ଅଧିକାରୀ କଂ ସମେତ ଦମକଳ ବାହିନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

wp:gallery {"ids":[447556],"linkTo":"none"} /wp:gallery

ସୂଚନାଯୋଗ୍ୟ, ବ୍ୟକ୍ତିଜଣକ ଗତ ୨ ଦିନ ହେଲା ପାରାଦୀପରୁ ଫେରିଥିଲେ ଏବଂ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କରୋନା ସଂକ୍ରମଣ ହୋଇଥିବା ଭାବି ଗାଁ ଲୋକେ ଶବ ଦାହ କରିବା ପାଇଁ ଆସିନଥିଲେ । ପରେ ଏହି ଭଳି ବିପଦ ସମୟରେ ଶବ ସଂସ୍କାର ପାଇଁ ବିଡିଓ ଓ ପୌରନିର୍ବାହୀ  ଅଧିକାରୀଙ୍କ ସମେତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥି​‌ଲେ । ପିପିଇ କିଟ୍ ପିନ୍ଧି ସରକାରୀ କର୍ମଚାରୀମାନେ ଶବ ସଂସ୍କାର କରିଥିଲେ  । ପରେ ଜିଲ୍ଲାପାଳ ଟ୍ବିଟ୍‌ କରି ଘଟଣା ବାବଦରେ ଅବଗତ କରାଇବା ସହିତ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.