ଜୁମ୍ ଆପରେ ମିଟିଂ ସମୟରେ ସେକ୍ସ କରୁଥିବା ଧରା ପଡିଲେ ଅଧିକାରୀ, ଚାକିରୀରୁ ବରଖାସ୍ତ

Published By : Prameya-News7 Bureau | August 28, 2020 IST

ମନିଲା ୨୮/୦୮ : କରୋନା ମହାମାରୀର ଏହି ସଙ୍କଟ ସମୟରେ ଜୁମ ଆପ ସାରା ଦୁନିଆରେ ଖୁବ ଲୋକପ୍ରିୟ ହୋଇଛି | ଅଫିସର ମିଟିଂ ପାଇଁ, ପିଲାଙ୍କ ପାଠ ପଢା, ଏପରିକି ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ସହ କଥାବାର୍ତ୍ତା ପାଇଁ ଲୋକେ ଜୁମ ଆପ ବ୍ୟବହାର କରୁଛନ୍ତି | ଏହି ଆପର କ୍ୟାମେରା ଆପଣ ଯେତେବେଳେ ଇଚ୍ଛା ଅନ୍ ଅଫ୍ କରିପାରିବେ | କିନ୍ତୁ ବେଳେବେଳେ ତରତର ହୋଇ ଲୋକେ କ୍ୟାମେରା ବନ୍ଦ କରିବାକୁ ଭୁଲି ଯାଆନ୍ତି | ଏହିଭଳି ସ୍ଥିତିରେ ଅପରପକ୍ଷରେ ଥିବା ବ୍ୟକ୍ତି ଆପଣଙ୍କ ସବୁ କାର୍ଯ୍ୟକଳାପ ଦେଖିପାରେ | ଏହିଭଳି ଏକ ଘଟଣା ଫିଲିପାଇନ୍ସରେ ଘଟିଛି | ଜଣେ ସରକାରୀ ଅଧିକାରୀ ଜୁମ ଆପରେ ନିଜ ସେକ୍ରେଟେରୀ ସହ ସେକ୍ସ କରୁଥିବା ସମୟରେ ଧରା ପଡିଗଲେ | ଘଟଣା ପରେ ଉଭୟଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି |

{"id":321633,"sizeSlug":"large"}

ବ୍ରିଟିଶ ଖବରକାଗଜ ଦି ସନ୍ ଅନୁଯାୟୀ, ମାମଲା କ୍ୟାଭିଟ୍ ଅଞ୍ଚଳର | ଭୁଲରେ ଅଧିକାରୀଙ୍କ ଲାପଟପ କ୍ୟାମେରା ଅନ୍ ରହିଯାଇଥିଲା | ମିଟିଂରେ ଥିବା ଅନ୍ୟ ଅଧିକାରୀମାନେ ତାଙ୍କର ଏହି କାର୍ଯ୍ୟକଳାପକୁ ଦେଖିଥିଲେ | ଅଧିକାରୀ ଓ ତାଙ୍କ ସେକ୍ରେଟେରୀ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ | କିନ୍ତୁ ଉଭୟଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି | ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ସାମାନ୍ୟ ଘଟଣା ନୁହେଁ | ସେଥିପାଇଁ ତାଙ୍କୁ କ୍ଷମା କରାଯିବ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.