ପଶ୍ଚିମ ଓଡିଶା ଓକିଲ ଆନ୍ଦୋଳନ ନରମିଲା : ୧୬୬ ଦିନ ପରେ ୯ଟି ଜିଲ୍ଲାରେ ଆସନ୍ତାକାଲିଠୁ ଖୋଲିବ ସରକାରୀ କାର୍ଯ୍ୟାଳୟ, ହେଲେ ବନ୍ଦ ରହିବ ବିଚାର ବିଭାଗୀୟ ଅଦାଲତ

Published By : Prameya-News7 Bureau | February 18, 2019 IST

ସମ୍ବଲପୁର ୧୮|୨: କାଲି ଠାରୁ ସମ୍ବଲପୁର  ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବା ସହ, ସରକାରୀ କାର୍ଯ୍ୟ ସ୍ବାଭାବିକ ହେବ। ହେଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ, କୋର୍ଟ କାର୍ଯ୍ୟ ବନ୍ଦ ରହିବା ସହ, ଓକିଲମାନଙ୍କ ସିଜ୍‌ ୱାର୍କ ଜାରି ରହିବ। ସେହିପରି ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ମଧ୍ୟ ସରକାରୀ କାର୍ଯ୍ୟ ସ୍ବାଭାବିକ ହେବ । ତେବେ  ବିଚାରବିଭାଗୀୟ ଅଦାଲତ ବନ୍ଦ ରହିବ । ଏହାସହ ଧାରଣା,ରିଲେ ଅନଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

{"id":86471}

୧୬୬ଦିନ ପରେ ସ୍ବାଭାବିକ ହେବ ସରକାରୀ କାର୍ଯ୍ୟ । କାଲି ଠାରୁ ସମ୍ବଲପୁର ଜିଲ୍ଲାର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍‌  ଖୋଲିବ । ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ବସିଥିବା,ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଚାର ବିଭାଗୀୟ ଅଦାଲତ ପୂର୍ବ ପରି ବନ୍ଦ ରହିବ । ଓକିଲମାନେ କୌଣସି କାର୍ଯ୍ୟାଳୟରେ ଓକିଲାତି କରିପାରିବେ ନାହିଁ । ସେହିପରି କଚେରୀ ଛକରେ ଚାଲିଥିବା ରିଲେ ଅନଶନ ଓ ଧାରଣା କାର୍ଯ୍ୟକ୍ରମ ଜାରୀ ରହିବ ।  ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଠୋସ୍‌  ପଦକ୍ଷେପ ନନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଓକିଲ ସଂଘ ସଭାପତି କହିଛନ୍ତି ।

{"id":86472}

ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ, ୯ଟି ଜିଲ୍ଲାରେ ଚାଲିଥିବା ଆନ୍ଦୋଳନ ଜାରି ରହିବ। ସମସ୍ତ ବିଚାରବିଭାଗୀୟ ଅଦାଲତ ବନ୍ଦ ରହିବା ସହ, ଓକିଲମାନେ କୌଣସି କାର୍ଯ୍ୟରେ ଯୋଗଦେବେ ନାହିଁ। ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିଶ ଚିଠି ନପଠାଇଛନ୍ତି, ସେ ପର୍ଯ୍ୟନ୍ତ ସାରା ପଶ୍ଚିମ ଓଡିଶାରେ ଓକିଲ ଆନ୍ଦୋଳନ ଚାଲିବ। ତେବେ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବା ସହ, ସରକାରୀ କାର୍ଯ୍ୟ ସୁରୁଖୁରୁରେ ଚାଲିବ ।

{"id":86473}

୧୬୬ଦିନ କାର୍ଯ୍ୟବନ୍ଦ, ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ପରେ, ଓକିଲଙ୍କ ଆନ୍ଦୋଳନ ସାମାନ୍ୟ କୋହଳ ହୋଇଛି। ହେଲେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାର, ପୁଣି ଟାଳଟୁଳ ନୀତି ଅବଲମ୍ବନ କଲେ, ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଓକିଲସଂଘ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.