ସରକାରୀ ନିର୍ଦ୍ଦେଶକୁ ଫୁ ; କନ୍ଧମାଳରେ ବିଭିନ୍ନ ସରକାରୀ ଅଫିସରେ ତାଲା, ଅଫିସର ଓ କର୍ମଚାରୀ ଛୁ
18/10/2018 at 1:38 PM

କନ୍ଧମାଳ ୧୮|୧୦: ବାତ୍ୟା ‘ତିତଲି’ ଯୋଗୁଁ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କନ୍ଧମାଳ ଜିଲ୍ଲାରେ ଚାଷ ସହ ବ୍ୟାପର କ୍ଷୟକ୍ଷତି ମଧ୍ୟ ହୋଇଛି । ୧୫ ହଜାର ହେକ୍ଟର ଚାଷଜମି ନଷ୍ଟ ହେବା ସହ ରାସ୍ତଘାଟ, ପୋଲ, କଲଭର୍ଟ ଆଦି ନଷ୍ଟ ହୋଇଛି ।ଏହା ସହ ଶତାଧିକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ଜିଲ୍ଲରେ ବନ୍ୟା ଓ ଘର ଭୁଶୁଡି ୫ଜଣଙ୍କର ମୃତ୍ୟୁ ମଦ୍ୟ ହୋଇଛି । ଟିକାବାଲି ବ୍ଲକର ପିକରଡି ପଂଚାୟତର ରୁଦାବିଦିଙ୍ଗିଆ ଗ୍ରାମର ୫ଶହରୁ ଉର୍ଦ୍ଦ୍ବ ରିଲିଫ କ୍ୟାମ୍ପରେ ଅଛନ୍ତି।
ତେବେ ସରକାର ଚଳିତ ବନ୍ୟା ଓ କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ପାଇଁ ଦଶହରା ଛୁଟି ବାତିଲ କରି କାର୍ଯ୍ୟାଳୟ ଖୋଲା ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଜିଲ୍ଲାର ବାଲିଗୁଡା, ଜି.ଉଦୟଗିରି, ତୁମୁଡିବନ୍ଧ, କୋଟଗଡ ଆଦି ବ୍ଲକରେ କୃଷି କାର୍ଯ୍ୟାଳୟ, ଆରଆଇ କାର୍ଯ୍ୟାଳୟ, ଅନ୍ୟାନ୍ୟ ଅଫିସ ସବୁ ବନ୍ଦ ଥିବା ଦେଖିକୁ ମିଳୁଛି। ସେହିପରି ଖୋଦ୍ ଫୁଲବାଣୀରେ ମଧ୍ୟ ସରକାରୀ କାର୍ଯ୍ୟାଳୟ କାଁ ଭାଁ ଖୋଲିଥିବାବେଳେ ବହୁ କାର୍ଯ୍ୟାଳୟରେ ତାଲା ଝୁଲୁଛି। ସରକାରୀ ବାବୁ ମାନେ ପିଅନମାନଙ୍କୁ ଜଗାଇ ଦେଇ ଗାଁକୁ ଛୁ ମାରିଛନ୍ତି। ଏପଟେ ଜିଲ୍ଲାପାଳ ମଧ୍ୟ ପୂର୍ବରୁ ଛୁଟିରେ ଅଛନ୍ତି। କ୍ଷତିଗ୍ରସ୍ତ ଲୋକେ କାର୍ଯ୍ୟାଳୟକୁ ଯାଇ ନିରାଶରେ ଫେରୁଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ କଲେ ଶୁଣିବାକୁ କେହି ନାହାଁନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେବାକୁ ଦାବି ହେଉଛି।