Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଜେପିର ଅଭିଯୋଗ : ବସ୍ତିବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ବିଜେଡି ପାଇଁ ଭୋଟ ମାଗୁଛନ୍ତି ସରକାରୀ ଅଧିକାରୀ

26/03/2019 at 7:02 PM

ଭୁବନେଶ୍ୱର୨୬/୩ : ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନାଁରେ ମିଥ୍ୟା ପ୍ରଲୋଭନ ଦେଖାଇ ଭୋଟ ମଗାଯାଉଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ବିଜେଡି ନିଶା ଛାଡିନି ରାଜ୍ୟସରକାରଙ୍କ ଅଫିସରମାନଙ୍କୁ । ବସ୍ତି ବାସିନ୍ଦାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଆଦିବାସୀ ପଡିଆରେ ଥଇଥାନ କରିଦେବେ ବୋଲି ପ୍ରତିଶୃତି ଦେଉଛନ୍ତି । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି । ଏହାର ପ୍ରତିବାଦରେ ନିର୍ବାଚନ ପ୍ରକୋଷ୍ଠ ଏବଂ ଆଇନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ରବିଶଙ୍କର ପଟ୍ଟନାୟକ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ (ଭୂସଂପତି ବିଭାଗ) ଅଫିସର ସୁଶାନ୍ତ ଦାସ ଗତ ୨୪ ତାରିଖ ଦିନ ଏକ
କାର୍ଯ୍ୟକ୍ରମରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି । ଭୁବନେଶ୍ୱର ଝରଣା ବସ୍ତି ଏବଂ ତତି ବସ୍ତିର ବାସୀନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ଆଦିବାସୀ ପଡିଆରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରିଛନ୍ତି । ମାର୍ଚ୍ଚ ୨୫ ତାରିଖ ଦିନ ସେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଛନ୍ତି ଏବଂ ଭୋଟ ଭିକ୍ଷା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସୁଶାନ୍ତ ଦାସଙ୍କ ଭଳି ଅଫିସରମାନେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଏହି ଦାୟୀତ୍ୱ ମିଳିଛି ।


ଆଗାମୀ ସାଧାରଣ ନିର୍ବାଚନରେ ଏହି ଅଫିସରମାନେ ସରକାରୀ କଳ ପାଇଁ କାର୍ଯ୍ୟ କରିବେ । ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପିର ଏହି ପ୍ରତିନିଧୀ ଦଳ ଦାବି କରିଛି । ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି । ଏହି ପ୍ରତିନିଧୀ ଦଳରେ ନିର୍ବାଚନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ଶ୍ରୀ ବିଜୟ ସିଂହ, ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ
ଥିଲେ ।

   Related Posts