Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଗରୁ ଥିଲେ ସରକାରୀ ଅଧିକାରୀ ଏବେ ସଫଳ ଚାଷୀ, ଟାଙ୍ଗରା ଭୁଇଁରେ ଖେଳୁଛି ସୁନାର ଫସଲ

16/11/2019 at 4:02 PM

ଜୟପୁର ୧୬।୧୧- ଦିନେ ଥିଲେ ଫରେଷ୍ଟ ରେଂଜର ।  ଆଜି କିନ୍ତୁ ପରିଣତ ବୟସରେ ସେ ଜଣେ ସଫଳ ଧାନ ଚାଷୀ। ଡଙ୍ଗର ଜମିରେ ୨୭୮ କିସମର ଦେଶୀ ଧାନ ଚାଷ କରି ସୁନାର ଫସଲ ଫଳାଇ ପାରିଛନ୍ତି।ତାହା ବି ଜୈଵିକ ପଦ୍ଧତିରେ।ଏହା ସହ ଡାଏରୀ ଫାର୍ମ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟକୁ ରୋଜଗାରକ୍ଷମ ବି କରାଉଛନ୍ତି। ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି କୋରାପୁଟ ପାତ୍ରପୁଟର ନେତ୍ରାନନ୍ଦ ଲେଙ୍କା।

ପୁଣି ଥରେ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ପାତ୍ରପୁଟ ଗାଁ। ଜଣାଶୁଣା ଧାନ ଗବେଷିକା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରେ ଏହି ଗାଁର ଆଉ ଜଣେ ଧାନ ଚାଷୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆଉ ଏହି ଧାନ ଚାଷୀ ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ଫରେଷ୍ଟ ରେଂଜର ନେତ୍ରାନନ୍ଦ ଲେଙ୍କା, ଯିଏ କି ପାଣି ମାଡୁନଥିବା ଡଙ୍ଗର ଜମିରେ ନିଜ ଉଦ୍ୟମରେ ସୁନାର ଫସଲ ଫଳାଇ ପାରିଛନ୍ତି । ଯେଉଁଠି ଦିନେ ଦୁବ ଘାସ କଅଁଳୁ ନ ଥିଲା ସେଠି ଆଜି ୨୭୮ ପ୍ରକାରର ଦୁର୍ଲଭ କଳା ଧାନ ଫଳୁଛି । ତାହା ବି ଜୈବିକ ପଦ୍ଧତିରେ । ନେତ୍ରାନନ୍ଦ ବାବୁ ଚାଷ କରୁଥିବା ଧାନ ମଧ୍ୟରେ ରହିଛି କଳା ଜିରା, କଳା କୃଷ୍ଣ,କଳା ଚୁଡି,ଆସାମ ଚୁଡି,ମସୁରୀ,ଚେପଟି ମସୁରୀ ।ଏସବୁ ଚାଉଳ ବଜାରରେ ୧୦୦ ଟଙ୍କାରୁ ଆରମ୍ଭ କରି ୧୮୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ।ଏହି ଧାନ ଚାଷ ସହ ଏକ ସୁନ୍ଦର ଡାଏରୀ ଫାର୍ମ ବି କରିଛନ୍ତି ନେତ୍ରାନନ୍ଦ ବାବୁ।ଯେଉଁଠି ୫୦ରୁ ଅଧିକ ଗାଈ ବି ଅଛନ୍ତି । ଧାନ ଚାଷ ସହ ଡାଏରୀ ଫାର୍ମ କରି ଅନେକ ଲୋକଙ୍କୁ ରୋଜଗାରକ୍ଷମ କରାଇବା ସହ ପରିଣତ ବୟସରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି।

ଦୀର୍ଘ ବର୍ଷ ଫରେଷ୍ଟ ବିଭାଗରେ କାମ କରିବା ପରେ ୨୦୦୮ ମସିହାରେ ନିଜ କର୍ମମୟ ଜୀବନରୁ ଅବସର ନେଇଥିଲେ । ଅବସରର ଦୁଇ ବର୍ଷ ପରେ ଜୟପୁର ନିକଟସ୍ଥ ପାତ୍ରପୁଟ ଠାରେ ୯ ଏକର ଜମିରେ ଧାନ ଚାଷ ସହ ଡାଏରୀ ଫାର୍ମ ଆରମ୍ଭ କରିଥିଲେ । ଡାଏରୀ ଫାର୍ମରୁ ବାହାରୁଥିବା ଗୋବର ଖତରେ  ଜୈଵିକ ପଦ୍ଧତିରେ ଆରମ୍ଭ କରିଥିଲେ ଦେଶୀ ଧାନ ଚାଷ।ବିଲୁପ୍ତ ହେଉଥିବା ଗୋଟିଏ ପରେ ଗୋଟିଏ ଦେଶୀ ଧାନ ବିହନ ଆଣି ଏଠାରେ ଆରମ୍ଭ କରିଥିଲେ ଚାଷ। ପରିଣତ ବୟସରେ ନେତ୍ରାନନ୍ଦ ବାବୁଙ୍କ ଏପରି ଉଦ୍ୟମକୁ ସବୁଠି ମିଳୁଛି ଭୁରି ଭୁରି ପ୍ରଶଂସା।

୭୦ ବର୍ଷ ବୟସରେ ନେତ୍ରାନନ୍ଦ ବାବୁଙ୍କ ଏପରି ଉଦ୍ୟମ ସତରେ ବେଶ ପ୍ରଶଂସନୀୟ ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ।

   Related Posts