କୂଟନୀତିଜ୍ଞ ଏବଂ ତାଙ୍କ ପରିବାରକୁ ମାଗଣାରେ ମିଳିବ କରୋନା ଭାକ୍‌ସିନ୍‌

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ, ୨୬/୧: କରୋନା ମହାମାରି ଭିତରେ ଭାକ୍‌ସିନ୍‌କୁ ଦେଶର ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ବିଭିନ୍ନ ଦେଶ ମଧ୍ୟରେ ଭ୍ୟାକ୍ସିନ୍ ପ୍ରସ୍ତୁତିକୁ ନେଇ ଉତ୍ତମ ସମ୍ପର୍କ ରକ୍ଷା କରିବା କ୍ଷେତ୍ରରେ କୂଟନୀତିଜ୍ଞ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେଣୁ ବର୍ତ୍ତମାନ ଏହି କୂଟନୀତିଜ୍ଞ ଏବଂ ସେମାନଙ୍କ ପରିବାରଙ୍କୁ ଭାରତରେ ପ୍ରସ୍ତୁତ ଭାକ୍‌ସିନ୍‌ ମାଗଣାରେ ଦେବା ପାଇଁ ସରକାର ଘୋଷଣା କରିଛନ୍ତି ।

ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏ ନେଇ ଏକ ରିପୋର୍ଟ ଜାରି କରିଛି । ଏଥିରେ ଭାରତ ବାହାରେ ରହୁଥିବା କୂଟନୀତିଜ୍ଞ ଏବଂ ଭାରତରେ ରହୁଥିବା ସେମାନଙ୍କ ପରିବାରଙ୍କୁ ଏହି ଟିକା ଦେଆଯିବା ନେଇ ଘୋଷଣା କରାଯାଇଛି । ଏହି ଟିକା ସେମାନେ ସ୍ୱେଛାକୃତଭାବେ ନେଇପାରିବେ ବୋଲି କୁହାଯାଇଛି ।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଖାପାଖି ୧୦ ହଜାର କୂଟନୀତିଜ୍ଞ ଏବଂ ତାଙ୍କ ପରିବାର କିମ୍ୱା ବାଣିଜ୍ୟିକ ଦୂତବାସରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ଏହି ଟିକା ଦିଆଯିବା ନେଇ ପ୍ରକାଶ କରାଯାଇଛି । ଭାରତର ଭାକ୍‌ସିନ୍ ସଠିକ୍ ଭାବେ କାର୍ଯ୍ୟ କରୁଛି । ତେଣୁ ଭାରତରେ ପ୍ରସ୍ତୁତ ଏହି ଦୁଇଟି ଭାକ୍‌ସିନ୍ କୋଭିସିଲ୍ଡ ଏବଂ କୋ-ଭାକ୍‌ସିନ୍‌କୁ ବିଭିନ୍ନ ଦେଶକୁ ପଠାଯାଉଛି । ଏଥି ମଧ୍ୟରେ ପ୍ରଥମେ ଭୂଟାନ, ମାଳଦ୍ୱୀପ, ବାଙ୍ଗ୍ଲାଦେଶ, ନେପାଳ, ମିଆଁମାର ଏବଂ ସିଆଚେଲ୍କୁ ଏହି ଭ୍ୟାକ୍ସିନ୍ ବିମାନ ଯୋଗେ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.