ଇସ୍ରାଏଲୀ ସ୍ପାଏୱେର ଜାସୁସି ମାମଲା: ହ୍ୱାଟସଆପ୍ କୁ ଜବାବ ମାଗିଲେ ଭାରତ ସରକାର

Published By : Prameya-News7 Bureau | October 31, 2019 IST

ନୂଆ ଦିଲ୍ଲୀ: ଗୁଇନ୍ଦାଗିରି ମାମଲାରେ କେନ୍ଦ୍ର ସରକାର ହ୍ୱାଟସଆପ୍ କୁ ଜବାବ ତଲବ କରିଛନ୍ତି। ସୂଚନା ଓ ପ୍ରାଦ୍ୟୋଗିକି ମନ୍ତ୍ରାଳୟ ଏଥିଲାଗି ହ୍ୱାଟସଆପକୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଗୁଇନ୍ଦାଗିରି ସମ୍ପର୍କରେ ହ୍ୱାଟସଆପ ନିଜ ଆଡୁ ପ୍ରଥମେ ସୂଚନା ଦେଇଥିଲା। ତେବେ ଏ ନେଇ ଆଗରୁ କାହିଁକି ଜଣାଇନଥିଲା ବୋଲି ଏବେ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

{"id":177474}

ସୂଚନା ଅନୁସାରେ ଇସ୍ରାଏଲୀ ସ୍ପାଏୱେର ପିଗାସସ୍ ଭାରତରେ ବି ଆକ୍ଟିଭ ଥିଲା ବୋଲି ହ୍ୱାଟସଆପ ଜଣାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ପିଗାସସ୍ ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କ ଉପରେ ଗୋପନ ନଜର ରଖିଥିଲା। ପିଗାସସ୍ ଯେଉଁମାନଙ୍କର ଜାସୁସି କରୁଥିଲା ସେମାନଙ୍କୁ ହ୍ୱାଟସଅପ ପକ୍ଷରୁ ମ୍ୟାସେଜ୍ ଦିଆଯାଇଛି। ତେବେ ଯେଉଁମାନଙ୍କର ଜାସୁସି ହୋଇଛି ସେମାନଙ୍କ ନାମ ପ୍ରକାଶ କରିବା ଲାଗି ବିଜେପି ନେତା ଅମିତ ମାଲବ୍ୟ ଦାବି କରିଛନ୍ତି।

wp:html /wp:html

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କିଏ ଓ କାହିଁକି ସ୍ପାଏୱେର ପିଗାସସ୍ ଜରିଆରେ ଭାରତୀୟ ମାନବାଧିକାର କର୍ମୀ ଓ ସାମ୍ବାଦିକଙ୍କ ଜାସୁସି କରିଥିଲା। ପିଗାସସ୍ ଦୀର୍ଘ ସମୟରୁ ଭାରତରେ ଆକ୍ଟିଭ ଅଛି ଓ ସମୟ ସମୟରେ ଏହା ଦ୍ୱାରା ଲୋକଙ୍କ ଜାସୁସି କରାଯାଉଛି। ଏନଏସଓ ଗ୍ରୁପ ଏହା ସରକାରଙ୍କ ଲାଗି ଡିଜାଇନ କରିଛି। ତେବେ ଗୁଇନ୍ଦାଗିରି ସମ୍ପର୍କରେ ଜଣାପଡିବା ପରେ ହ୍ୱାଟସଆପ୍ ଏ ନେଇ ଆମେରିକା ଫେଡାରଲ କୋର୍ଟରେ ମୋକଦ୍ଦମା ରୁଜୁ କରିଛି। ହ୍ୱାଟସଆପ ଅଭିଯୋଗ କରିଛି ଯେ ସ୍ପାଏୱେର ପିଗାସସ୍ ୧୪ଶହ ହ୍ୱାଟସଆପ୍  ୟୁଜରଙ୍କୁ ଟାର୍ଗେଟ କରି ସେମାନଙ୍କ ଜାସୁସି କରିଛି। ତେବେ ଏହି ଲୋକଙ୍କ ମଧ୍ୟରେ କେତେଜଣ ଭାରତୀୟ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.