ମାଗଣା LPG ସିଲିଣ୍ଡର ପଲିସିରେ ପରିବର୍ତ୍ତନ କଲେ ସରକାର, ପ୍ରଭାବିତ ହେବେ ୮ କୋଟି ଉପଭୋକ୍ତା

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ସରକାର ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମାଗଣାରେ ବିତରଣ ସମ୍ବନ୍ଧିତ ନିଜର ନୀତିରେ ସଂଶୋଧନ କରିଛନ୍ତି। ଏହା ଏପ୍ରିଲ ମାସରେ ହୋଇଥିବା ଘୋଷଣାର ବିପରୀତ ରହିଛି। ଏବେ ସରକାରଙ୍କ ଏହି ଯୋଜନା ପାଇଁ ଅର୍ଥ ଉପଲବ୍ଧ କରାଇବା ପରିବର୍ତ୍ତେ ଆପଣଙ୍କୁ ତୃତୀୟ ସିଲିଣ୍ଡର ପାଇଁ ଅର୍ଥ ଦେବାକୁ ପଡିବ। କିନ୍ତୁ ପରେ ଏହି ଅର୍ଥ ଫେରାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତିରେ ୮ କୋଟି ଉପଭୋକ୍ତା ପ୍ରଭାବିତ ହେବେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା(PMUY)ରେ ହିତାଧିକାରୀଙ୍କୁ ୨୦୨୦ ଏପ୍ରିଲରୁ ଜୁନ ମାସ ମଧ୍ୟରେ ୧୪.୨ କିଲୋଗ୍ରାମର ୩ଟି ମାଗଣା ଗ୍ୟାସ୍ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ହିତାଧିକାରୀଙ୍କୁ ତୃତୀୟ ଗ୍ୟାସ୍‌ ଲାଗି ଅର୍ଥ ଦେବାକୁ ପଡିବ।

୨୦୨୦ ଜୁନ ୫ରେ କୁହାଯାଇଛି ରାଜ୍ୟ ଦ୍ଵାରା ସଞ୍ଚାଳିତ ତୈଳ ଖୁଚୁରା ବିକ୍ରେତା ଏକ ପତ୍ର ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଏପ୍ରିଲ ଓ ମେ ମାସରେ ଯେଉଁ ଉପଭୋକ୍ତାଙ୍କ ଖାତାକୁ ଗ୍ୟାସ୍‌ ବାବଦରେ ଅର୍ଥ ଯାଇଛି, ସେମାନେ ତୃତୀୟ ଗ୍ୟାସ୍‌ ଭର୍ତ୍ତି ବେଳେ ନିଜ ହାତରୁ ପଇସା ଦେବାକୁ ପଡିବ।

ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବକେୟା ରାଶିର ରିହାତି କଟିଥିଲେ ଓଏମସି ପରେ ଏହାକୁ ଭରିବ।  ଏଲପିଜି ବିତରଣ ସମ୍ବନ୍ଧିତ ସୂଚନା ଓଏମସି ପୋର୍ଟାଲରେ ନଜର ଆସିଲେ ଉକ୍ତ ଅର୍ଥ ଓଏମସି ପୈଠ କରିବ। ଯୋଜନା ଅନୁସାରେ ତିନି ମାସରେ ୨୪୦.୯ ସିଲିଣ୍ଡର ବିତରଣ କରାଯାଇଛି। ମାତ୍ର ଅନୁମାନ ଅନୁଯାୟୀ ଏ ପର୍ଯ୍ୟନ୍ତ କେବଳ ୪୨ ପ୍ରତିଶତ ସିଲିଣ୍ଡର ବିତରଣ କରାଯାଇଛି।

ଏହା ବ୍ୟତୀତ ଯେଉଁ ଲୋକ ଆଗୁଆ ଅର୍ଥ ପୈଠ କରି ମଧ୍ୟ ଏଲପିଜି ସିଲିଣ୍ଡର କିଣି ନାହାନ୍ତି ସେମାନେ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏମିତି କରି ପାରିବେ। ଅଧିକନ୍ତୁ ଦ୍ଵିତୀୟ ଦେୟ କେବଳ ଏଲପିଜି କିଣିବା ଦିଗରେ ବ୍ୟବହୃତ ହେଲେ ହିଁ ଶେଷ ହେବ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଏବଂ ଦେଶବ୍ୟାପୀ ଲକ୍‌ଡାଉନ୍‌ରେ ପ୍ରଭାବିତ ଗରିବଙ୍କୁ ଦୃଷ୍ଟିରେ ରଖି ମାଗଣା ଗ୍ୟାସ୍‌ ଯୋଜନା ଆରମ୍ଭ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.