Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜଳ ଯୋଗାଣ ପ୍ରକଳ୍ପର ନାମ ‘ପାକ୍ ସ୍ଥାନ’ ବଦଳେ ଲେଖିଦେଲେ ‘ପାକିସ୍ତାନ’ ଜାଣନ୍ତୁ କେଉଁଠି ?

12/11/2021 at 6:39 PM

ଧେମାଜୀ ୧୨।୧୧: ବିଜେପି ଶାସିତ ଆସାମରେ ଦେଖା ଯାଇଛି ଅଭାବନୀୟ ଘଟଣା। ସରକାରୀ ଜଳ ଯୋଗାଣ ପ୍ରକଳ୍ପର ନାମ ‘ପାକିସ୍ତାନ’ ରଖି ଦିଆଯାଇଛି। ତେବେ ସ୍ଥାନୀୟ ଲୋକେ ଏ ବାବଦେ ଅଜ୍ଞ ଥିବା ବେଳେ ଘଟଣା ଜଣାପଡିବା ପରେ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଣୁ ଉପବିଭାଗୀୟ ଅଧିକାରୀ ମାମଲାରେ ତାଙ୍କର ସ୍ପଷ୍ଟିକରଣ ରଖିଛନ୍ତି। ତେବେ ଅଧିକାରୀକ ଦସ୍ତାବେଜରୁ ଏହି ପ୍ରକଳ୍ପର ନାମ ଦୀର୍ଘ ବର୍ଷରୁ ପାକିସ୍ତାନ ସୁକ୍‌ ନାମରେ ଉଲ୍ଲେଖଥିବା ଦେଖା ଯାଇଛି।

ପ୍ରକଳ୍ପ ସ୍ଥାପନା ଅଞ୍ଚଳ ଅହୋମ ଓ ଚୁଟିଆ ସମ୍ପ୍ରଦାୟ ଅଧ୍ୟୁଷିତ। ଏଠାରେ ଜଣେ ବି ମୁସଲମାନ ଅଧିବାସୀ ନାହିଁ। ତେବେ ଏହା ରାଜ୍ୟର ଅନ୍ୟତମ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ପୂର୍ବଜମାନେ ଜଳ ଉତ୍ସକୁ ପାକ୍‌ ସ୍ଥାନ ସୁକ୍‌ ନାମ ରଖିଥିଲେ। ସେହି ନାମରେ ପ୍ରଚଳିତ ଥିବା ବେଳେ ସରକାରୀ ଦସ୍ତାବେଜରେ ଏହା ପାକିସ୍ତାନ ସୁକ୍ ନାମରେ ପରିଚିତ ଥିଲା। ଏଥିରେ ପ୍ରକଳ୍ପର ନବିକରଣ ପରେ ଏହାର ନାମକରଣ ବେଳେ ପାକିସ୍ତାନ ସୁବା ଅର୍ଥା ପାକିସ୍ତାନ କଲୋନି ଲେଖି ଦିଆଯିବା ବୀର ଲଚିତ ସେନା ନଜରରେ ପଡିଥିଲା।

ସେନା ପ୍ରକଳ୍ପର ନାମଫଳକ ଭାଙ୍ଗି ଦେଇଛନ୍ତି। ପ୍ରସଙ୍ଗରେ ସବଡିଭିଜନାଲ ଅଫିସର ନନ୍ଦିତା ରାୟ ଗୋହେନ ସ୍ପଷ୍ଟିକରଣ ଦେଇଛନ୍ତି। ଏହା ଉଦ୍ଦେଶ୍ୟମୂଳକ ନୁହେଁ ତେବେ ଭୁଲବସତଃ ହୋଇଯାଇଥିବା ସେ କହିଛନ୍ତି। ଏଣୁ ତୁରନ୍ତ ଏଥିରେ ସୁଧାର କରି ସ୍ଥାନୀୟ ଭାଷାରେ ପ୍ରକଳ୍ପ ନାମ ପାକ୍ ସ୍ଥାନ ସୁକ୍ ପୁଣି ଲେଖିଦିଆଯିବ ବୋଲି କହିଛନ୍ତି।

   Related Posts