ନୂଆଦିଲ୍ଲୀ ୮।୭: ଲଦ୍ଦାଖକୁ ନେଇ ଉପୁଜିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ଲଗାତାର ଚୀନ ମାମଲାରେ ଶକ୍ତ ହେବାରେ ଲାଗିଛି। ଏଥିରେ ଭାରତ ସରକାର ୫୯ଟି ଚୀନ୍ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ସରକାରଙ୍କ ଚୀନ୍ ବିରୋଧୀ ପଦକ୍ଷେପ ଏତିକିରେ ଅଟକି ନାହିଁ। ଏବେ କେତେକ ଖାସ ଷ୍ଟାର୍ଟଅପରେ ଚୀନ୍ କରୁଥିବା ନିବେଶ ପ୍ରତିବନ୍ଧିତ ହୋଇପାରେ। ଫଳରେ ଚୀନ୍ ଅର୍ଥନୀତି ଗୁରୁତର ପ୍ରଭାବିତ ହେବ ବୋଲି ଏବେ ଆଶଙ୍କା କରାଗଲଣି।
{"id":297703,"sizeSlug":"large"}ମିଳିଥିବା ସୂଚନା ଅନୁସାରେ ଭାରତରେ କାର୍ଯ୍ୟ କରୁଥିବା ଫୁଡ ଡେଲିଭରୀ ଆପ୍ ‘ଜୋମାଟୋ’ ଚୀନ୍ର ଆଲିବାବା ସହାୟକ କମ୍ପାନୀ ଏଣ୍ଟ ଫାଇନାନସିଆଲ ସହ ୭୦୦ କୋଟି ଟଙ୍କାର ନିବେଶ ଲାଗି ରାଜନାମା କରିଥିଲା। ତେବେ ନିବେଶ କ୍ଷେତ୍ରରେ ହେବାକୁ ଥିବା ପରିବର୍ତନରେ ଚୀନ୍ର ଏହି କମ୍ପାନୀ ପ୍ରଭାବିତ ହେବ ଏଣୁ ଜୋମାଟୋରେ କମ୍ପାନୀର ଫଣ୍ଡିଂ ବନ୍ଦ ହେବା ଏବେ ଏକପ୍ରକାର ନିଶ୍ଚିତ। ଯଦି ଏପରି ପରିସ୍ଥିତି ଉପୁଜେ ତେବେ କମ୍ପାନୀକୁ ସରକାରଙ୍କ ଅନୁମତି ନେବା ଏବେ ବାଧ୍ୟତାମୂଳକ ହେବ।
{"id":297704,"sizeSlug":"large"}ସାଂଘାଇ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡରନ୍ୟାସନାଲ ଷ୍ଟଡିଜ୍ର ଝାଓ ଗୋଚେଙ୍ଗଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ଏବେ ଜୋମାଟୋ ଲାଗି ଆର୍ଥିକ ପାଣ୍ଠି ନିବେଶ ନେଇ କିଛି କହିହେବ ନାହିଁ। ତେବେ ସରକାର ଯଦି ଏପରି କିଛି ପଦକ୍ଷେପ ନିଅନ୍ତି ତେବେ ଭାରତର ହାଇଟେକ୍ ଷ୍ଟାର୍ଟଅପମାନଙ୍କ ଭବିଷ୍ୟତ ପ୍ରଭାବିତ ହେବା ନିଶ୍ଚିତ।
{"id":297705,"sizeSlug":"large"}ଭାରତ ଦ୍ୱାରା ଚୀନ୍ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ ପ୍ରହାର ନେଇ ଝାଓ କହିଛନ୍ତି ଯେ ଚୀନ୍ର ଆର୍ଥିକ ପରିସ୍ଥିତି ଏବେବି ନିୟନ୍ତ୍ରଣାଧୀନ ରହିଛି। ହେଲେ ଭାରତ ଯେପରି ନୀତି ଅବଲମ୍ବନ କରୁଛି ଏହା ବିଶ୍ୱ ବାଣିଜ୍ୟ ସଙ୍ଗଠନର ନୀତି ବାହାରେ। ଏଣୁ ଚୀନ୍ ମଧ୍ୟ ଆର୍ଥିକ ମାମଲାରେ ଭାରତକୁ ଏହାର ନିଶ୍ଚିତ ଜବାବ ଦେବ ବୋଲି ସେ ସତର୍କ କରାଇଦେଇଛନ୍ତି।