Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ! ଜାଣନ୍ତୁ ଲିଟର ପିଛା କମିବ କେତେ ?

3/03/2021 at 9:10 PM

ନୂଆଦିଲ୍ଲୀ ୩।୩: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଏବେ କେବଳ ଲୋକଙ୍କ ଲାଗି ନୁହେଁ ସରକାରଙ୍କ ଲାଗି ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହେଲାଣି । ଉପୁଜିଥବା ପରିସ୍ଥିତିରେ ଦର ନିୟନ୍ତ୍ରଣ କରାନଗଲେ ମୁଦ୍ରାସ୍ପିତି ପ୍ରଭାବିତ ହେଉଛି। ଏଣୁ ପରିସ୍ଥିତିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ପାରୁପର୍ଯ୍ୟନ୍ତେ ଉଦ୍ୟମ କରୁଥିବା ଜଣାପଡିଛି। ଏହି କ୍ରମରେ ସରକାର ରାଜସ୍ୱ ଆୟ ସୁସଂହତ ରଖି ତୈଳ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଲାଗି ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣାପଡିଛି।

ସରକାର ଏଥିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ ଟଙ୍କା ୫୦ ପଇସା ଶସ୍ତା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ନିୟମିତ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ରେକର୍ଡ ସ୍ତରରେ ପହଞ୍ଚାଇଛି। ଏଣୁ ବିରୋଧୀ ଦଳ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି ତୁରନ୍ତ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଦାବି କରୁଛନ୍ତି। ତେବେ ରାଜସ୍ୱ ଆୟକୁ ପ୍ରଭାବିତ ନ କରି କିପରି ମୂଲ୍ୟ ହ୍ରାସ କରିହେବ ସେ ନେଇ ଏବେ ମାନସ ମନ୍ଥନ ହେଉଛି। 

ଆଇସିଆଇସିଆଇ ସିକ୍ୟୁରିଟିଜ ଅନୁସାରେ ଯଦି ତୈଳ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାନଯାଏ ତେବେ ୨୦୨୨ରେ ଅଟୋ ଫୁଏଲ ଏକ୍ସାଇଜ ଡ୍ୟୁଟି ବଜେଟ୍ ଆକଳନ ୩.୨ ଲକ୍ଷ କୋଟି ତୁଳନାରେ ୪.୩୫ଲକ୍ଷ କୋଟିରେ ପହଞ୍ଚିପାରିବ। ଯଦି ଲିଟରପିଛା ଦରରେ ସରକାର ୮ଟଙ୍କା ୫୦ ପଇସା ଲେଖାଏଁ ହ୍ରାସ କରନ୍ତି ତେବେ ୨୦୨୨ ବଜେଟ୍‌ ଅନୁମାନ ହାସଲ କରିବାରେ ଆମକୁ କୌଣସି ଅସୁବିଧା  ହେବ ନାହିଁ।  

ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ-ମେ ୨୦୨୦ରେ ପ୍ରତି ଲିଟର ପେଟ୍ରୋଲ ୧୩ ଓ ଡିଜେଲ ଲିଟର ପିଛା ୧୬ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଥିଲା। ତେବେ ଏହି ଦରବୃଦ୍ଧିକୁ ସରକାର ଗ୍ରାହକଙ୍କ ଉପରେ ଲଦି ନଥିଲେ। ଏବେ ଲିଟର ପିଛା ପେଟ୍ରୋଲରୁ ୩୨ଟଙ୍କା ୯ ଓ ଡିଜେଲରୁ ୩୧ ଟଙ୍କା ୮ ପଇସା ଲେଖାଏଁ ଏକ୍ସାଇଜ୍ ଡ୍ୟୁଟି ଅସୁଲ ହେଉଛି। ତେବେ ଗତବର୍ଷ ଅନ୍ତର୍ଜାତୀୟ କ୍ରୁଡ ବଜାରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଲାଭ ଉଠାଇବାକୁ ସରକାର ଲାଗୁ କରିଥିବା ଶୁଳ୍କ ପରେ ସୁଧାର କରି ନାହାନ୍ତି। ଫଳରେ ଦେଶରେ ପେଟ୍ରୋଲ ଦର ୯୧ ଟଙ୍କା  ଉପରକୁ ଚାଲିଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୧ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ବିକ୍ରି ହେଉଛି।

ତେବେ ତୈଳ ମୂଲ୍ୟରୁ ଏକ୍ସାଇଜ ଡ୍ୟୁଟି ହ୍ରାସ ଲାଗି ଅର୍ଥମନ୍ତ୍ରାଳୟରେ ବିଚାର ବିମର୍ଷ ଆରମ୍ଭ ହୋଇଥିବାର ଜଣାପଡିଛି। ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ପକ୍ଷରୁ ତୈଳ କମ୍ପାନୀମାନଙ୍କ ସହ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇଛି। ଏହା ଛଡା ଅର୍ଥମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ଶୁଳ୍ଲ ହ୍ରାସ ମାଧ୍ୟମରେ ତୈଳ ଦର ହ୍ରାସ ଲୋଗି ଉଦ୍ୟମ କରିବେ ବୋଲି ଜଣାପଡିଛି।

ବିଦ୍ର: ଏହା ଏକ ଆକଳନ ମାତ୍ର । ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ପରେ ଅଧିକାରୀକ ଘୋଷଣା ହେବ

   Related Posts