ଘରୋଇ କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ନୂଆ ଯୋଜନା କରିପାରେ କର୍ମଚାରୀଙ୍କୁ ଖୁସି

Published By : Prameya-News7 Bureau | November 12, 2018 IST

ଦିଲ୍ଲୀ ୧୨/୧୧ : ଆପଣ ଯଦି କୌଣସି ଘରୋଇ କମ୍ପାନୀରେ ଚାକିରୀ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି | ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଘରୋଇ କର୍ମଚାରୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା | ସୂଚନାଯୋଗ୍ୟ ଯେ, ସରକାର ଏହି ବର୍ଷ ଶେଷ ଆଡକୁ ଆନୁତୋଷିକର ସମୟସୀମା କମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି | ବର୍ତ୍ତମାନ ଯେକୌଣସି କମ୍ପାନୀର କର୍ମଚାରୀଙ୍କୁ ୫ବର୍ଷ ଚାକିରୀର ଆନୁତୋଷିକ ମିଳିବାର ସମ୍ଭାବନା ଅଛି | ଏବେ ଏହି ସମୟସୀମାକୁ କମ କରି ୩ ବର୍ଷ କରିବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର | ସୂଚନାଯୋଗ୍ୟ ଯେ, ଏଠି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି | ଶ୍ରମ ମନ୍ତ୍ରଣାଳୟ ଏଠି ପାଇଁ ସମସ୍ତ କମ୍ପାନୀକୁ ରାୟ ମାଗିଛନ୍ତି | ସରକାରଙ୍କ ଏଭଳି ପଦକ୍ଷେପର କଣ ପ୍ରଭାବ ପଡିବା ତାହା ମନ୍ତ୍ରାଳୟ ଜାଣିବାକୁ କମ୍ପାନୀକୁ ତାର ରାୟ ମାଗିଛି | ଏହି ଯୋଜନା ଆରମ୍ଭ ହେଲେ କଣ ସମସ୍ୟା ଦେଖାଦେଇପାରେ ସେ ନେଇ ମନ୍ତ୍ରାଳୟ କମ୍ପାନୀ ସହ ପରାମର୍ଶ କରୁଛି | ମନ୍ତ୍ରାଳୟ ସୂତ୍ର ଅନୁଯାୟୀ ଏହାର ପ୍ରଭାବ ବୋର୍ଡ ଅଫ ଟ୍ରଷ୍ତିଜଙ୍କ ସାମ୍ନାରେ ରଖାଯିବ ଏବଂ ଆଲୋଚନା କରାଯିବ | ଆନୁତୋଷିକ ଗଣନାର ତରିକା ବଦଳାଇବା ନେଇ ମଧ୍ୟ ବିଚାର କରାଯାଇପାରେ | ତେବେ ଶ୍ରମିକ ସଂଗଠନ ଆନୁତୋଷିକର ସମୟସୀମାକୁ ଆହୁରି କମ କରିବାକୁ ଦାବି କରିଛି | ଏହାଛଡା ଅନୁବନ୍ଧିତ କର୍ମଚାରୀଙ୍କୁ ମଧ୍ୟ ଆନୁତୋଷିକର ସମୟସୀମା କମାଇବା ପାଇଁ ଆଲୋଚନା ହୋଉଛି | ସାଧାରଣ ଅନୁବନ୍ଧ ବର୍ଷେ କିମ୍ବା ୩ ବର୍ଷ ପାଇଁ ହୋଇଥାଏ | ଏହାର ଅବଧି ସମ୍ପୂର୍ଣ ହେବାପରେ ନିଯୁକ୍ତା କମ୍ପାନୀ କର୍ମଚାରୀଙ୍କ କାର୍ଯ୍ୟକାଳ ଅବଧି ପୁଣି ବଢେଇଥାନ୍ତି | ଏଭଳି କର୍ମଚାରୀଙ୍କୁ ଆନୁତୋଷିକର ଲାଭ ମିଳିବ | ଅଣୂତୋଷିକ କଣ ? ଏହା ହେଉଛି କର୍ମଚାରୀଙ୍କ ଦରମାର ଗୋଟିଏ ଭାଗ ଯେଉଁଟା ନିୟୋକ୍ତା କର୍ମଚାରୀଙ୍କ ବର୍ଷ ସାରା କାମ ବଦଳରେ ଦେଇଥାଏ | ତେବେ ଅବସର ଯୋଜନା ଭଳି ଏକ ଲାଭପ୍ରଦ ଯୋଜନା ଯାହାକି କର୍ମଚାରୀ ଚାକିରୀ ଛାଡିବା ପରେ କିମ୍ବା ସାରିବା ପରେ ପାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.