ଗୃହରାଜ୍ୟମନ୍ତ୍ରୀ ପଦରୁ ହଟି ନପାରନ୍ତି ଅଜୟ ମିଶ୍ର: ସୂତ୍ର

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୬।୧୦:  ଲକ୍ଷ୍ମୀପୁର ଖୀରି ବନବୀର ଘଟଣା ଲାଗି ବିରୋଧୀ ଦଳମାନେ ଅଜୟ ମିଶ୍ର ଟେନୀଙ୍କ ଇସ୍ତଫା ଦାବି କରୁଛନ୍ତି। ତେବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟା ଯାଇ ନପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳୁଛି। ଘଟଣା ପରେ ବୁଧବାର ପ୍ରଥମ ଥର ଟେନୀ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଯାଇଥିଲେ। ସେଠାରୁ ସିଧା ଗୃହମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି।

ସୂତ୍ରାନୁସାରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ବୁଧବାର ନର୍ଥବ୍ଲକ୍‌ ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପ୍ରାୟ ଅଧଘଣ୍ଟା ଥିଲେ। ଏହି ସମୟରେ କିଛି ସରକାରୀ କାମ ମଧ୍ୟ କରିଥିଲେ। ପରେ ନର୍ଥ ବ୍ଲକରୁ ବାହାରି ଯାଇଥିଲେ। ସେ ଅମିତ ଶାହଙ୍କ ବାସଭବନକୁ ଯାଇଥିଲେ। ସେଠାରେ ହୁଏତ ଗତ ରବିବାର ଲକ୍ଷ୍ମୀପୁର ଖୀରିରେ ହୋଇଥିବା ଘଟଣା ନେଇ ଶାହଙ୍କୁ ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

{"id":523284,"sizeSlug":"full","linkDestination":"none"}

ତେବେ ଘଟଣାରେ ତାଙ୍କ ପୁଅଙ୍କ ସମ୍ପୃକ୍ତିକୁ ସେ ପ୍ରଥମରୁ ଅସ୍ୱୀକାର କରିଆସୁଛନ୍ତି। ଘଟଣା ଦିନ ସେ ସେଠାକୁ ଯାଇନଥିଲେ ଓ ଅନ୍ୟ ସ୍ଥାନେର ଥିଲେ ବୋଲି ମଧ୍ୟ ସେ ପ୍ରମାଣ ଦେବାକୁ ସକ୍ଷମ ବୋଲି ଗଣମାଧ୍ୟମଙ୍କୁ କହି ଆସୁଛନ୍ତି। ତେବେ ଚାଷୀମାନେ ଟେନୀଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସାଥୀ ଗୁଣ୍ଡାଙ୍କ ଗାଡି ଧକ୍କାରେ ପ୍ରାଣ ହରାଇଥିବା ଅଭିଯୋଗ କରିଆସୁଛନ୍ତି।

ମାମଲାରେ ପୋଲିସ ଅଜୟ ମିଶ୍ରଙ୍କ ପୁଅ  ଆଶିଷ ମିଶ୍ର ଓ ଅନ୍ୟ ୭ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଅଜୟ ମିଶ୍ର ତାଙ୍କ ପୁଅ ଅନ୍ୟ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ଥିଲେବୋଲି ଦେଖାଇବାକୁ ପ୍ରମାଣ ମଧ୍ୟ ରଖିଥିବା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.