Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ ସରକାର: ମାର୍ଚ୍ଚ ଯାଏଁ ମିଳିବ ଫ୍ରି ରାସନ୍ ଓ ଟଙ୍କା !

27/10/2020 at 11:46 AM

ନୂଆଦିଲ୍ଲୀ ୨୭/୧୦ : ସାରା ଦେଶରେ କରୋନା ମହାମାରୀ ଯୋଗୁଁ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ପ୍ରୋତ୍ସାହନ ପ୍ୟାକେଜ ୩.୦ ଜାରି କରିବାକୁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସରକାର ଏହି ପ୍ୟାକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭକୁ ଆସନ୍ତା ବର୍ଷ ମାର୍ଚ୍ଚ ଯାଏଁ ବୃଦ୍ଧି କରିପାରନ୍ତି। କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନା ଅବଧି ବଢାଇବାକୁ ଯୋଜନା କରୁଛନ୍ତି। ଜୁନ ମାସ ଯାଏଁ ଚାଲିବାକୁଥିବା ଏହି ଯୋଜନାକୁ ସରକାର ନଭେମ୍ବର ମାସ ଯାଏଁ ବଢାଇଥିଲେ।

ଦେଶର ଗରିବ ଜନତାଙ୍କୁ କରୋନା ମହାମାରୀ ପ୍ରଭାବରୁ ରକ୍ଷା କରିବାକୁ ସରକାର PMGKY ଯୋଜନା ମାର୍ଚ୍ଚ ମାସରେ ଘୋଷଣା କରିଥିଲେ। ପ୍ରଥମେ ଏହି ଯୋଜନା ଜୁନ ମାସ ଯାଏଁ ଲାଗୁ କରାଯାଇଥିଲା। କିନ୍ତୁ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାକୁ ନଭେମ୍ବର ଯାଏଁ ବୃଦ୍ଧି କରିଥିଲେ। ବର୍ତ୍ତମାନ ପୁଣି ସରକାର ଏହି ଯୋଜନା ଅବଧିକୁ ମାର୍ଚ୍ଚ ମାସ ଯାଏଁ ବଢ଼ାଇ ପାରନ୍ତି।

ଲାଇଭମିଣ୍ଟ ଖବର ଅନୁଯାୟୀ, ଏହି ଯୋଜନାରେ ସରକାର କ୍ୟାସ ସହ ରାସନ ଦେବା ସମୟସୀମା ମଧ୍ୟ ବଢ଼ାଇ ପାରନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ପ୍ରୋତ୍ସାହନ ପ୍ୟାକେଜ ୩.୦ ରେ ଚାହିଦା ବଢାଇବା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରୁଥିବା ଉପାୟରେ ଫୋକସ କରାଯାଇଛି। ରିପୋର୍ଟ ଅନୁଯାୟୀ, ତୃତୀୟ ପ୍ରୋତ୍ସାହ ପ୍ୟାକେଜରେ ସରକାର ୨୦ କୋଟି ଜନଧନ ଖାତା ଓ ୩ କୋଟି ଗରିବ ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ କ୍ୟାସ ଟ୍ରାନ୍ସଫର ଯୋଜନାକୁ ସାମିଲ କରିଛନ୍ତି। ଏହି କ୍ୟାସ ଟ୍ରାନ୍ସଫର ମଧ୍ୟ PMGKY ର ଅଂଶ।

  • PMGKY ଯୋଜନା ଅନୁଯାୟୀ, ସରକାର ଜଣେ ବ୍ୟକ୍ତିଙ୍କୁ ମାସକୁ ୫ କିଲୋ ଚାଉଳ କିମ୍ବା ଗହମ ଦେଉଛନ୍ତି। ସରକାରଙ୍କ ଏହି ଯୋଜନାର ଲାଭ ଦେଶର ୮୧ କୋଟି ଲୋକଙ୍କୁ ମିଳୁଛି।
  • ୧୯.୪ କୋଟି ହାଉସହୋଲ୍ଡଙ୍କୁ ପ୍ରତି ମାସରେ ଗୋଟିଏ କିଲୋ ଚଣା ଫ୍ରିରେ ଦିଆଯାଉଛି।
  • ଏହି ରାସନ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ଦିଆଯାଉଛି।
  • ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମହାମାରୀ ଯୋଗୁଁ ଲକଡାଉନ ପ୍ରଭାବରୁ ଲୋକଙ୍କୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। ମୋଟ ୧.୭୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଅନୁସାରେ ସରକାର ଗରିବଙ୍କୁ ଫ୍ରିରେ ରାସନ, ମହିଳା, ଗରିବ ବରିଷ୍ଠ ନାଗରିକ ତଥା ଚାଷୀଙ୍କୁ ନଗଦ ସହାୟତା ଦେବାକୁ ଘୋଷଣା କରିଥିଲେ। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁସାରେ ୮ କୋଟି ଚାଷୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି।

   Related Posts