Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା, ଗ୍ରାହକ ମଧ୍ୟ ହୋଇଯାଆନ୍ତୁ ସାବଧାନ

15/01/2020 at 9:31 AM

ନୂଆଦିଲ୍ଲୀ ୧୫।୧: ଏଣିକି ବଜାରରେ ମିଳିବ କେବଳ ହଲ୍ ମାର୍କ ସୁନା । ଆଜି ପରଠାରୁ ସୁନା ଗହଣା ଉପରେ ହଲ୍ ମାର୍କ ରହିବ । ତେଣୁ ଏବେ ହଲ୍ ମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ବାରା ଏହି ସମୟସୀମା ମଧ୍ୟରେ ଦୋକାନୀ ପୁରୁଣା ସୁନା ଗହଣା ଷ୍ଟକ୍ ଶେଷ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।

ଏବେ ଦେଶରେ ୮୭୭ଟି ହଲ୍ ମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲ୍ ମାର୍କିଂ କରାଯାଉଛି । ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମିର ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନାଗହଣା କିଣିଥାନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ସୁନା କିଣିବା ବେଳେ ଆଉ ଲୋକେ ଠକାମିର ଶିକାର ହେବେନାହିଁ ।

ସୂଚନାଯୋଗ୍ୟ ଯେ, ଦେଶର ୨୩୪ ଜିଲ୍ଲାରେ ୮୭୭ ହଲ୍ ମାର୍କ କେନ୍ଦ୍ର ରହିଛି । କେବଳ ୨୬,୦୧୯ ଗହଣା ଦୋକାନୀ ହଲ୍ ମାର୍କ ରଖିଛନ୍ତି । ଦେଶବ୍ୟାପୀ ଛୋଟ ବଡ ପ୍ରାୟ ୬ଲକ୍ଷ ସୁନା ଦୋକାନୀ ରହିଛି ।

   Related Posts