ଜାତୀୟ ପେନସନ ସ୍କିମର ସୁଧ ହାର୧୪ ପ୍ରତିଶତକୁ ବୃଦ୍ଧି : ଉପକୃତ ହେବେ ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ

Published By : Prameya-News7 Bureau | December 10, 2018 IST

ନୂଆଦିଲ୍ଲୀ ୧୦/୧୨ : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର | ରାଷ୍ଟ୍ରୀୟ ପେନସନ ସ୍କିମ ୧୦ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | ସରକାରଙ୍କ ଏହି ଯୋଜନା ଆସନ୍ତା ୨୦୧୯-୨୦ ବର୍ଷଠାରୁ ଲାଗୁ ହେବ | କର୍ମଚାରୀଙ୍କ ପାଇଁ ସର୍ବ ନିମ୍ନ ଯୋଗଦାନ ୧୦ ପ୍ରତିଶତ ହିଁ ରହିବ | ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏହି ସୂଚନା ଦେଇଛନ୍ତି | ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୩୬ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ |
ଅବସର ବେଳେ କର୍ମଚାରୀ ଏନପିଏସର ୬୦ ପ୍ରତିଶତ ଯଦି ବାହାର କରୁଛନ୍ତି ତାହେଲେ ତାଙ୍କୁ ସରକାରଙ୍କୁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ ନାହିଁ | କାରଣ ୪୦ ପ୍ରତିଶତ ରାଶି ଏନୟୁଟିକୁ ଯିବ | ଏହି ଟ୍ୟାକ୍ସ ଫ୍ରି ନିୟମ ସବୁ କର୍ମଚାରୀଙ୍କ ପାଇଁ ଲାଗୁ |


ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ଏନପିଏସରେ ସରକାରଙ୍କ ଯୋଗଦାନ ବଢିବା ଯୋଗୁଁ ୨୦୧୯-୨୦ ବର୍ଷ ପାଇଁ ୨୮୪୦ କୋଟି ଟଙ୍କାର ଅତିରିକ୍ତ ବୋଝ ବଢିବ | ଏନପିଏସକୁ ଇଇଇ ଶ୍ରେଣୀ ଅନ୍ତର୍ଭୁକ୍ତ କରିବା ପାଇଁ ବହୁ ଆଗରୁ ଦାବି ହୋଇଥିଲା |


ଏନପିଏସ କଣ ?
ଏନପିଏସ ସରକାରଙ୍କ ଏକ ପେନସନ ସ୍କିମ | ୨୦୦୪ ମସିହା ଜାନୁଆରୀ ମାସରେ ଏହି ବ୍ୟବସ୍ଥା ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା | କିନ୍ତୁ ୨୦୦୯ ମସିହାରେ ଏହି ଯୋଜନା ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲା | କର୍ମଚାରୀ ନିଜ ଚାକିରୀ କାଳରେ ଏନପିଏସ ଖାତାରେ ଯୋଗଦାନ କରିଥାନ୍ତି | ଅବସର ପରେ ଏନପିଏସର ୬୦ ପ୍ରତିଶତ ବାହାର କରିପାରିବେ | ବଳକା ୪୦ ପ୍ରତିଶତ ଏନୟୁଟି ସ୍କିମରେ ବିନିଯୋଗ କରିପାରିବେ | ଯାହାଫଳରେ ଅବସର ପରେ ନିୟମିତ ଆୟ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.