Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସରକାରୀ ଆଇଟିଆଇ କଲେଜର ଛାତ୍ରଛାତ୍ରୀ ଏବେ ଫୋନି କ୍ଷତିଗ୍ରସ୍ତ ଅଂଚଳରେ ଘର ଘର ବୁଲି ମାଗଣାରେ ସଜାଡି ଦେଉଛନ୍ତି ବିଦ୍ୟୁତ ଉପକରଣ

14/05/2019 at 6:11 PM

ଭୁବନେଶ୍ବର ୧୪|୫; ଫୋନି ପ୍ରଳୟ ପରେ ଆପଣ  ଅନେକ ଅସାଧୁଙ୍କ ବ୍ୟକ୍ତିଙ୍କ କଳାବଜାରୀର ଖବର ଶୁଣିଥିବେ । ହେଲେ କିଛି ବ୍ୟକ୍ତି ବା ଅନୁଷ୍ଠାନ ବିପର୍ଯ୍ୟୟ ସମୟରେ ନିଜର ମାନବିକତା ଲାଗି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ରାଜ୍ୟର ଥିବା ବିଭିନ୍ନ ସରକାରୀ ଆଇଟିଆଇ କଲେଜର ଛାତ୍ରଛାତ୍ରୀଙ୍କ ପ୍ରୟାସ ବି କିଛି ଏମିତି । ଫୋନି କ୍ଷତିଗ୍ରସ୍ତଙ୍କୁ  ନିଃଶୁଳ୍କ ସେବା ଯୋଗାଇ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ।

ଘରକୁ ଘରକୁ ବୁଲୁଛନ୍ତି । ନିଜ ବିଦ୍ୟାକୁ ଫୋନି କ୍ଷତିଗ୍ରସ୍ତଙ୍କ ସେବାରେ ଲଗାଉଛନ୍ତି । ବିନା କୌଣସି ଶୁଳ୍କରେ । ୟେ ହେଉଛନ୍ତି ରାଜ୍ୟର ବିଭିନ୍ନ ଆଇଟିଆଇ କଲେଜର ଛାତ୍ରଛାତ୍ରୀ । ବିଭିନ୍ନ ଯନ୍ତ୍ରାଂଶ ଧରି ରାଜଧାନୀର ବସ୍ତି ଗୁଡ଼ିକରେ ହାଜର ହେଉଛନ୍ତି । ଫୋନି ମାଡ଼ରେ ଅଚଳ ହୋଇଥିବା ପଙ୍ଖା, ଲାଇଟ୍ ଭଳି ଅତ୍ୟାବଶ୍ୟକୀୟ ବିଦ୍ୟୁତ ଉପକରଣ ସଜାଡ଼ୁଛନ୍ତି ।

ଆଜି ଏମାନେ ବାପୁଜୀ ନଗର ବସ୍ତିର ଲୋକଙ୍କୁ ବଢାଇଛନ୍ତି ସହାୟତାର ହାତ । ଖାଲି ଭୁବନେଶ୍ୱର ନୁହେଁ, କଟକ ଓ ପୁରୀରେ ଏବେ ଏମାନଙ୍କ  ଟିମ୍ କାମ କରୁଛି । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଏମାନଙ୍କୁ ଲିଡ୍ କରାଯାଉଛି ।

ଫୋନି ପରେ ବିଦ୍ୟୁତ ତ ଆସିଛି । ହେଲେ ଅନେକଙ୍କ ବିଦ୍ୟୁତ ଉପକରଣ ଖରାପ ହୋଇ ଯାଇଛି । ଏବେ ବି ଅନେକ ଇଲେକ୍ଟ୍ରୋନିକ୍ସ ଦୋକାନ ଖୋଲିନି, ଯିଏ ବି ଖୋଲୁଛନ୍ତି ସେମାନେ ଚଢା ଦାମ୍ ନେଉଛନ୍ତି । ତେଣୁ ଗରିବ ବସ୍ତି ବାସିନ୍ଦାଙ୍କ ଏହି ଛାତ୍ରଛାତ୍ରୀଙ୍କ ସହଯୋଗ ବେଶ୍ ଉପାଦେୟ ହୋଇଛି ।

ତିନିଟି ସହର ଲାଗି ୪୯ଟି ଟିମ୍ ଗଲା ୫ ଦିନ ହେଲା କାମ କରୁଛି । ଫୋନି ଆଳରେ କିଛି କଳାବଜାରୀକୁ ଓହ୍ଲାଇ ଥିବା ବେଳେଏହି ଛାତ୍ରଛାତ୍ରୀଙ୍କ ପ୍ରୟାସ ନିଶ୍ଚୟ ପ୍ରେରଣାଦାୟୀ ।

   Related Posts