କଳାହାଣ୍ଡି ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ଚଳୁ ! ସରକାର କଲେ ନୋଟିସ୍

Published By : Prameya-News7 Bureau | August 06, 2019 IST

କଳାହାଣ୍ଡି ୬|୮: କଳାହାଣ୍ଡି ଜିଲ୍ଲାରେ ସ୍କୁଲ ମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚଳୁ । ଜିଲ୍ଲାରେ ୨୦୧୫ ରୁ ୨୦୧୭ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୬ଶହ ୪ କ୍ବିଣ୍ଟାଲ ଚାଉଳ ଅର୍ଥାତ ୧୯ ଲକ୍ଷରୁ ଅଧିକ ଟଙ୍କାର ଚାଉଳ ହେରଫେର ହୋଇଥିବା ଅଡିଟ୍ ରିପୋର୍ଟ ସାମ୍ନାକୁ ଆସିଛି। ଏ ନେଇ ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ରିପୋର୍ଟ ତଲବ କରିବାକୁ ନୋଟିସ ଜାରି କରିଛି । ଅନେକ ସ୍ଲୁଲ ଶିକ୍ଷକ ଚାଉଳ ଟଙ୍କା ଭରଣା କରିବା ଘଟଣା, ଜିଲ୍ଲାର ମଧ୍ୟାହ୍ନ ଭୋଜନ ବଣ୍ଟନ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲାଗିଛି ? 

{"id":141547}

ମଧ୍ୟାହ୍ନ ଭୋଜନ ଚାଉଳ ଚଳୁ !  ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ବଢାଇବା ସହ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗକୁ ଗତ ୪ ଅକ୍ଟୋବର ୨୦୧୫ରୁ ଅକ୍ଟୋବର ୨୦୧୭  ମଧ୍ୟରେ ଯୋଗାଇ ଦିଆଯାଉଥିବା ଚାଉଳ ମଧ୍ୟରୁ ୬୦୪  କ୍ବିଣ୍ଟାଲ ଚାଉଳର ହିସାବ ମିଳୁନାହିଁ । ଯାହାକୁ ନେଇ ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ଦେଢ ବର୍ଷ ପରେ ଚିଠି କରିଥିବା ବେଳେ ଟଙ୍କା ଫେରସ୍ତ କରୁଛନ୍ତି ଶିକ୍ଷକ ।କେସିଙ୍ଗା ବ୍ଲକର ୭ଟି ସ୍କୁଲ ୬୦ ହଜାର ୨୭୦ ଟଙ୍କା, ମଦନପୁର ରାମପୁର ର ୭ଟି ସ୍ଲୁଲ ୧୭ହଜାର ୫୦୭  ଟଙ୍କା, ଭବାନୀପାଟଣାର ୪ଟି ସ୍କୁଲ ୧୦ ହଜାର ୪୫ ଟଙ୍କା,  ଥୁଆମୁଳ-ରାମପୁରର ୭ ଗୋଟି ସ୍ଲୁଲ ୪୦ ହଜାର ଟଙ୍କା, କଲମପୁର ବ୍ଲକର ଗୋଟିଏ ସ୍ଲୁଲ ୫ ହଜାର ୭୭୦ ଟଙ୍କା ଫେରସ୍ତ କରିଛନ୍ତି । ମୋଟାମୋଟି ୧ ଲକ୍ଷ ୩୩ ହଜାର ୭୫୪ ଟଙ୍କା ଫେରସ୍ତ ହୋଇଥିବା ବେଳେ ଏହା ଚାଉଳ ଚଳୁ ର ସଙ୍ଗୀନ ଅଭିଯୋଗ କୁ ପ୍ରମାଣିତ କରୁଛି । ସେପଟେ  ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯାଞ୍ଚ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":141548}

ସେପଟେ ଅଡିଟ୍ ରିପୋର୍ଟର ଦେଢ ବର୍ଷ ପରେ ଶିକ୍ଷା ବିଭାଗ ଯାଞ୍ଚ ଆରମ୍ଭ କରିବା ଏବଂ ଶିକ୍ଷକ ମାନେ ଟଙ୍କା ଫେରସ୍ତ କରିବା ଅନେକ ପ୍ରଶ୍ନ ଛିଡା କରିଛି । ପ୍ରଶ୍ନ ଉଠୁଛି ଯଦି ଚାଉଳ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ବିନିଯୋଗ ହୋଇ ନାହିଁ, ତା ହଲେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କିଭଳି ପରିଚାଳିତ ହେଉଥିଲା ? ଦେଢ ବର୍ଷ ପର୍ଯ୍ୟନ୍ତ ଅଡିଟ ରିପୋର୍ଟ କାହା ଇଙ୍ଗିତରେ ଚପା ଯାଇଥିଲା ?  ଏହି ଘୋଟାଲାରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାବି ହୋଇଛି ।

{"id":141549}

କେତେବେଳେ ନିମ୍ନ ମାନର ଚାଉଳ ଯୋଗାଣ ତ ପୁଣି କେତେବେଳେ ଚାଉଳ ବସ୍ତାର ଓଜନରେ ଘୋଟାଲା । ଚାଳଉ ବାଟମାରଣାର ଏପରି ଅନେକ ନଜିର ରହିଛି ।ଏବେ ଚାଉଳ ବାଟମାରଣାର ସାଂଘାତିକ ଅଭିଯୋଗରେ ମୋହର ମାରିଛି ରାଜ୍ୟ ସରକାରଙ୍କ ଅଡିଟ ରିପୋର୍ଟ ।ଏହି ଦୁର୍ନୀତିରେ ଆଉ କାହାର ସପୃକ୍ତି ରହିଛି କି ? ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପୁରା ଘଟଣାର ଗୁମର ଫିଟିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.