କରୋନା ଟିକାକରଣ ଲାଗି ଜାରି ହେଲା ସରକାରଙ୍କ ଗାଇଡଲାଇନ୍, ଦେଶରେ ଏପରି ହେବ ଟିକାକରଣ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ ଜାରି ରହିଛି। ଏଥିରେ ଏବେ ଟିକାରଣ ଲାଗି ପ୍ରସ୍ତୁତି ଚାଲିଛି। ଦେଶକୁ ଏପର୍ଯ୍ୟନ୍ତ ଟିକା ଆସିନି। କେଉଁ ଟିକା ଲୋକଙ୍କୁ ଦିଆଯିବ ସେ ନେଇ ମଧ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଟିକା ଆସିବା ମାତ୍ରେ ଦେଶରେ ଟିକାକରଣ ଲାଗି ସରକାର ଗାଇଡଲାଇନ ଜାରି କରିଛନ୍ତି।

ସରକାର ନିର୍ବାଚନ ପ୍ରକ୍ରିୟା ଭଳି କରୋନା ଟିକାକରଣ କରିବାକୁ ଯୋଜନା କରିଛନ୍ତି। ସେହି ଅନୁସାରେ ଗାଇଡଲାଇନ ଜାରି ହୋଇଛି। ପ୍ରତ୍ୟେକ ଟିକାକରଣ ସ୍ଥଳରେ ୫ଜଣ ଅଧିକାରୀ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ଟିକା ଦେବାକୁ ଥିବା ବେଳେ ଜଣେ ୱେଟିଂ, ଜଣେ ସୁରକ୍ଷା ଓ ଅନ୍ୟଜଣେ ଦେଖରେଖ କରିବେ। ଲୋକଙ୍କ ପର୍ଯ୍ୟନ୍ତ ଟିକା ପହଞ୍ଚାଇବା ଲାଗି ସରକାର ଏକ୍ସପର୍ଟ ଗ୍ରୁପ ଗଠନ କରିଛନ୍ତି। ଏହି ଗ୍ରୁପକୁ ସରକାର ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନେଷ୍ଟ୍ରସନ ଫର କୋଭିଡ-୧୯ ନାମ ଦେଇଛନ୍ତି।  ଭାରତକୁ ଭାକ୍ସିନ ଆସିବା ପରେ ଏକ୍ସପର୍ଟ ଗ୍ରୁପ ରାଜ୍ୟମାନଙ୍କୁ ଗାଇଡ କରିବେ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରତ୍ୟେକ ଟିକା କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱାସ୍ଥ୍ୟ କର୍ମଚାରୀ ଓ ଫ୍ରଣ୍ଟଲାଇନ ୱାର୍କରଙ୍କ ଟିକାକରଣ ହେବ। ପ୍ରତ୍ୟେକ ଟିକାକରଣ ସ୍ଥଳରେ ଏପରି ଲୋକଙ୍କ ଲାଗି ପୃଥକ ଟିକାକରଣ ସ୍ଥଳ ସୁନିଶ୍ଚିତ କରାଯିବ। ସେହିପରି ହାଇ ରିସ୍କ ଲୋକଙ୍କ ଲାଗି ପୃଥକ ମୋବାଇଲ ସାଇଟ୍ ଓ ଟିମ୍‌ ପ୍ରସ୍ତୁତ କରାଯିବ।

ଟିକାକରଣ କେନ୍ଦ୍ରକୁ ଟିକା ପହଞ୍ଚିବାର କମରୁ କମ୍ ସମୟ ମଧ୍ୟରେ ଟିକାକରଣ କରାଯିବ। ଏଥିରେ ଯେତିକି ସମ୍ଭବ ସେତିକି ଟିକା ପ୍ରଦାନ କରାଯବି। ଅର୍ଥା ଘଣ୍ଟାକରେ ୧୪ରୁ ୧୫ ଜଣ ଲୋକେ ଟିକା ନେବେ। ଟିକା ନେଇସାରିବା ପରେ ଲୋକଙ୍କୁ ଟିକାକରଣ କେନ୍ଦ୍ରରେ ଅନୁନ୍ୟ ଅଧଘଣ୍ଟା ବସାଯିବ। ସେମାନଙ୍କ ଠାରେ ଟିକା କିପରି ପ୍ରତିକ୍ରିୟା କରୁଛି ତାହା ନିଶ୍ଚିତ ହେବା ପରେ ସ୍ୱାସ୍ଥ୍ୟ କର୍ମୀ ସେମାନଙ୍କୁ ଟିକାକରଣ କେନ୍ଦ୍ରରୁ ବାହାରକୁ ଛାଡିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.