ଧାର୍ମିକସ୍ଥଳ, ହୋଟେଲ, ମଲ୍ ଓ ଅଫିସ୍ ଲାଗି ଜାରି ହେଲା ସରକାରଙ୍କ ଗାଇଡ୍ ଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା
12/06/2020 at 6:48 PM

ନୂଆଦିଲ୍ଲୀ ୧୨।୬: ଲକଡାଉନ୍ ୫.୦ରେ କେନ୍ଦ୍ର ସରକାର ‘ଅନଲକ୍’ ୧.୦କୁ ସମ୍ପ୍ରସାରିତ କରିଛନ୍ତି। ଏଥିରେ ମନ୍ଦିର, ଧାର୍ମିକ ସ୍ଥଳ, ହୋଟେଲ, ମଲ ଓ ଅଫିସ୍ ସ୍ୱଭାବିକ୍ କରିବା ଲାଗି ଉଦ୍ୟମ କରାଯାଇଥିବା ବେଳେ କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ସରକାର କଟକଣା କଡାକଡି କରିଛନ୍ତି। ତେବେ ଅନଲକ୍ ୧ରେ ମଠ, ମନ୍ଦିର, ମଲ, ହୋଟେଲ ଓ କାର୍ଯ୍ୟାଳୟରେ ଲୋକଙ୍କ ପରିଚାଳନା କିପରି ହେବ ଆସନ୍ତୁ ଜାଣିବା।

ଧାର୍ମିକ ସ୍ଥଳ ଲାଗି ଗାଇଡ ଲାଇନ ଜାରି କରି ଆମେ ଅନଲକ-୧କୁ ସମ୍ପ୍ରସାରଣ କରିବାକୁ ଯାଉଥିବା ସରକାର କହିଛନ୍ତି। ତେବେ କୋଭିଡ-୧୯ରୁ ନିଜକୁ ରକ୍ଷା କରିବା ଲାଗି ଏଥିରେ କିଛି ଜିନିଷ ସାମିଲ କରିବାକୁ ଚାହୁଁଛୁ। ଅନ୍ୟ ସାର୍ବଜନିକ ସ୍ଥଳ ଭଳି ଏଠାରେ ଫେସ ମାସ୍କ ବ୍ୟବହାର ଜରୁରି କରାଯାଇଥିବା ବେଳେ ସୋସିଆଲ ଡିଷ୍ଟାନସିଂର କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି।ସେହିପରି ପରିସରର କୌଣସି ସ୍ଥାନରେ ଛେପ ପକାଇବା ଉପରେ କଟକଣା କଡାକଡି କରାଯାଇଥିବା ବେଳେ ସାବୁନ ଓ ସାନିଟାଇଜରରେ ହାତ ଧୋଇବା ଅନିବାର୍ଯ୍ୟ କରାଯାଇଛି।

ତେବେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ୧୦ ବର୍ଷ ବୟସରୁ କମ୍ ବୟସ୍କ ପିଲା, ଗର୍ଭବତୀ, ମଧୁମେହ, ଉଚ୍ଚରକ୍ତଚାପ ଓ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟଗତ ସମସ୍ୟାରେ ଥିବା ଲୋକଙ୍କୁ ଏହି ସବୁ ସ୍ଥାନ ବର୍ଜନ କରିବାକୁ କୁହାଯାଇଛି। ମଲ, ହୋଟେଲ ଓ ଅଫିସ ଲାଗି ମଧ୍ୟ ନିୟମ ସମାନ ରହିଛି ତେବେ ସୋସିଆଲ ଡିଷ୍ଟାନସିଂରେ ଜଣକଠାରୁ ଜଣକର ଦୂରତା ଅନୁନ୍ୟ ୬ଫୁଟ ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି କୌଣସି କର୍ମଚାରୀ ଅସୁସ୍ଥତା ଅନୁଭବ କରୁଥିଲେ ନିଜ ଆଡୁ ଜଣେଇବାକୁ କୁହାଯାଇଛି। ପ୍ରତ୍ୟେକଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବଡ ସଭା ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ କୁହାଯାଇଛି।
