କେନ୍ଦ୍ର କର୍ମଚାରୀଙ୍କୁ ଝଟ୍‌କା: ଜୁଲାଇ ଯାଏଁ ବଢିବନି TA ଓ DA

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖରାପ ଖବର। ଯଦି ଆପଣ ବି କେନ୍ଦ୍ର କର୍ମଚାରୀ ଏବଂ ଆପଣ ବି ମହଙ୍ଗା ଭତ୍ତା ଓ ଯାତ୍ରା ଭତ୍ତା ବଢିବାକୁ ଅପେକ୍ଷା କରିଛନ୍ତି ତାହେଲେ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ। କରୋନା କାଳରେ ସରକାର TA ଓ DA (ସପ୍ତମ ବେତନ କମିଶନ) ବୃଦ୍ଧି କରିବା ଫଇସଲା ବର୍ତ୍ତମାନ ସ୍ଥଗିତ କରାଯାଇଛି। ବର୍ତ୍ତମାନ ସବୁ କର୍ମଚାରୀଙ୍କୁ ପୁରୁଣା ଦର ହିସାବରେ ମହଙ୍ଗା ଭତ୍ତା ଦିଆଯିବ। ରିପୋର୍ଟ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଆଳି ୧ ତାରିଖ ଯାଏଁ ବଢିବନି।

କିଛି ଦିନ ପୂର୍ବରୁ ବିତ୍ତ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ବନ୍ଧରେ ସୂଚନା ଦେଇଥିଲେ ଯେ ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୦୨୧ ଜୁଲାଇ ସୁଦ୍ଧା ବୃଦ୍ଧି କରାଯିବ। ମନି କଣ୍ଟ୍ରୋଲ ଖବର ଅନୁସାରେ, ସରକାର କରୋନା ମହାମାରୀର ସଙ୍କଟ ସମୟରେ କୌଣସି ପ୍ରକାର ବୃଦ୍ଧି ପାଇଁ ସଫାସଫା ମନା କରିଦେଇଛନ୍ତି। ଅର୍ଥାତ ଏବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ବଢିବନି।

ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୧୭ ପ୍ରତିଶତ DA ଦିଆଯାଉଛି। ଏହା ୨୮ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଉଥିଲା। ଏହାଛଡା ସରକାରଙ୍କ ପ୍ରାବଧାନ ଅନୁସାରେ, କର୍ମଚାରୀଙ୍କ ଯାତ୍ରା ଭତ୍ତା ବା ଟ୍ରାଭେଲ ଆଲାଉନ୍ସ ମଧ୍ୟ DA ସହ ବୃଦ୍ଧି କରାଯାଇଥାଏ। TA ଓ DA  ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ବେତନ ବୃଦ୍ଧି ହେବ। DA ବୃଦ୍ଧିର ଲାଭ ଦେଶର ପ୍ରାୟ ୩୫ ଲକ୍ଷ କର୍ମଚାରୀଙ୍କ ସହ ସମସ୍ତ ରାଜ୍ୟ କର୍ମଚାରୀ ତଥା ପେନ୍ସନଧାରୀଙ୍କୁ ମଧ୍ୟ ମିଳିବ। ସୂତ୍ର ଅନୁଯାୟୀ, ୨୦୨୦ ଜାନୁଆରୀରୁ DA ଫ୍ରିଜ ହୋଇ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.