Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଇନ୍ଧନ ମୂଲ୍ୟ ନିୟନ୍ତ୍ରଣ ନେଇ ନିଷ୍ପତ୍ତିରେ ଉପନୀତ ହୋଇପାରୁନାହାନ୍ତି ସରକାର: ନୀତି ଆୟୋଗ CEO

16/07/2021 at 2:58 PM

ନୂଆଦିଲ୍ଲୀ ୧୬।୭ : ଦେଶରେ ଇନ୍ଧନ ଦର ବୃଦ୍ଧି ନୀତି ନୂଆ କିର୍ତ୍ତିମାନ ସ୍ଥାପନ କରୁଛି। ଫଳରେ ମୁଦ୍ରାସ୍ପିତି ବେଳକୁ ବେଳ ଅନିୟନ୍ତ୍ରିତ ହେବାରେ ଲାଗିଛି। ତେବେ ସରକାର ଇନ୍ଧନ ଦର ନିୟନ୍ତ୍ରଣ କରି ମୁଦ୍ରାସ୍ପିତିକୁ କାବୁ କରିବେ କି କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିର ମୁକାବିଲା କରିବେ ସେ ନେଇ ଏବେ ଅସମଞ୍ଜସ ସ୍ଥିତିରେ ଅଛନ୍ତି। ଏହା କହିଛନ୍ତି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ।

କରୋନା ସଂକ୍ରଣ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁସଂଖ୍ୟାରେ ଲୋକେ ରୋଜଗାର ହରାଇଛନ୍ତି। ମାସମାସ ବାଣିଜ୍ୟ ବ୍ୟବସାୟ ଠପ ପଡିବା ଯୋଗୁ ଅସ୍ୱଭାବିକ ପରିସ୍ଥିତି ଉପୁଜିଛି। ଅଭିବୃଦ୍ଧି ଋଣାତ୍ମକ ସ୍ଥିତିକୁ ଚାଲିଯାଇଥିବା ବେଳେ ଦେଶକୁ ବିପୁଳ ନିବେଶର ଆବଶ୍ୟକତା ରହିଛି। ଏଣୁ ଇନ୍ଧନ ଦର ନେଇ ସରକାର କୌଣସି ନିଷ୍ପତ୍ତିରେ ଉପନୀତ ହୋଇପାରୁ ନଥିବା ଅମିତାଭ କାନ୍ତ କହିଛନ୍ତି।

ଅର୍ଥ ବ୍ୟବସ୍ଥାକୁ ପୁଣି ସଚଳ କରିବା ଲାଗି ଭିତ୍ତିଭୂମି ବିକାଶରେ ନିବେଶ ହିଁ ସରକାରଙ୍କ ଆଗରେ ଏକମାତ୍ର ବିକଲ୍ପ। ଏଣୁ ଉଚ୍ଚମାନର ଭିତ୍ତିଭୂମି ମାଧ୍ୟମରେ ଦେଶରେ ପୁଣି ରୋଜଗାରର ସ୍ରୋତ ସୃଷ୍ଟି କରାଯାଇପାରିବ। ତେବେ ଏଥିପାଇଁ ବିପୁଳ ନିବେଶ ଆବଶ୍ୟକ। କରୋନା କେବଳ ଭାରତରେ ନୁହେଁ ବିଶ୍ୱର ପ୍ରାୟ ଦେଶରେ ପ୍ରକୋପ କରିଛି। ଏଥିରେ ଦେଶକୁ ପରିସ୍ଥିତିରୁ ବାହାରକୁ ଆଣିବା ଲାଗି ନିଜକୁ ଉଦ୍ୟମ କରିବାକୁ ହେବ, ବିପୁଳ ନିବେଶ କରିବାକୁ ହେବ। ଏଣୁ ସରକାର ଇନ୍ଧନ ମୂଲ୍ୟ ନିୟନ୍ତ୍ରଣ କରି ପରିସ୍ଥିତି ସ୍ୱଭାବିକ କରିବେ କି ଦ୍ରୁତ ଭିତ୍ତିଭୂମି ବିକାଶ କରି ରୋଜଗାର ଓ ଆର୍ଥିକ ସଞ୍ଚାଳନ ସୁଷମ କରିବେ ତାହା ସ୍ଥିର କରିପାରୁ ନାହାନ୍ତି।

ଅମିତାଭ କାନ୍ତ କହିଛନ୍ତି ଯେ ଏହି ସମୟରେ ଦେଶ ଟପକ୍ଲାସ୍‌ ଭିତ୍ତିଭୂମି ନିର୍ମାଣ ଚାହୁଁଛି। ଯେଉଁଥିରେ ରୋଜଗାରର ନୂଆ ଅବସର ସୃଷ୍ଟି କରାଯାଇପାରିବ। ତେବେ ଏଥିପାଇଁ ଆବଶ୍ୟକ ସଂସାଧନ ସଂଗ୍ରହ କରିବା ଏବେକା ପରିସ୍ଥିତିରେ ସରକାରଙ୍କ ଲାଗି ସବୁଠୁ ବଡ଼ ସମସ୍ୟା ପାଲଟିଛି। ଇନ୍ଧନଦର ନିୟନ୍ତ୍ରଣ କରି ପରିସ୍ଥିତି ସ୍ୱଭାବିକ କରିବେ କି ଭିତ୍ତିଭୂମି ବିକାଶ ଲାଗି ସଂସାଧନ ଯୋଗାଡ କରିବେ ସେ ବାବଦେ  ସରକାରଙ୍କୁ ଶୀଘ୍ରାତିଶୀଘ୍ର ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି। ତେବେ କରୋନା କାଳରେ ସରକାର ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟାନ୍ନ ଯୋଗାଇ ଦେବାରେ ସଫଳ ହୋଇଛନ୍ତି। ଏହା ଛଡା ମନରେଗା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବାରେ ମଧ୍ୟ ସଫଳ ହୋଇଛନ୍ତି ବୋଲି ଅମିତାଭ କାନ୍ତ କହିଛନ୍ତି।  

   Related Posts