Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୂଚନା ପାଇବା ପାଇଁ କରିଥିଲେ ଆବେଦନ, ହେଲେ ସରକାର କହିଲେ ଆଗେ ଦିଅ ୧୭ ଲକ୍ଷ

11/04/2021 at 11:05 PM

ରାୟପୁର, ୧୧/୦୪: ସୂଚନା ଅଧିକାର ଆଇନ୍‌କୁ ନେଇ ବିଭିନ୍ନ ସ୍ଥାନରୁ ବିଭିନ୍ନ ଘଟଣାମାନ ସାମ୍ନାକୁ ଆସୁଛି । ଏବେ ଛତିଶଗଡ଼ରୁ ଏକ ରେଚକ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ଏକ ଯୋଜନା ବିଷୟରେ ବ୍ୟକ୍ତି ଜଣକ ଜାଣିବାକୁ ଆପ୍ଲିକେସନ୍‌ ଦେଇଥିଲେ । ହେଲେ ଏଥିପାଇଁ ତାଙ୍କୁ ଯେଉଁ ଟଙ୍କା ଡିପୋଜିଟ୍‌ କରିବାକୁ କୁହାଯାଇଛି ତାହା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣା ଅନୁସାରେ ଉଚିତ୍‌ ଶର୍ମା ନାମକ ଜଣେ ବ୍ୟକ୍ତି ମୋଦି ସରକାର ଛତିଶଗଡ଼ରେ କାର୍ଯ୍ୟକାରୀ କରିଥିବା ସୌର ସୁଜଲା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଆର୍‌ଟିଆଇରେ ଆବେଦନ କରିଥିଲେ । ସେ ଏଥିରେ ଏହାର ସପ୍ଲାୟର୍‌ ଏବଂ ଏହି ଯୋଜନାରେ କିପରି ଚାଷୀମାନେ ଉପକୃତ ହୋଇପାରିବେ ସେ ନେଇ ଜାଣିବାକୁ ଚାହିଁଥିଲେ ।

ହେଲେ ଏହାର ପ୍ରୋସେସ୍‌ ଖର୍ଚ୍ଚ ପାଇଁ କତୃପକ୍ଷ ତାଙ୍କୁ ୧୭.୨୦ ଲକ୍ଷ ଟଙ୍କା ଡିପୋଜିଟ୍‌ କରିବାକୁ କହିଥିଲେ । ଏହି ବାବଦରେ ତଥ୍ୟ ବିଭିନ୍ନ ଅଫିସ୍‌ରୁ ଆଣିବାକୁ ପଡ଼ିବ ବୋଲି କହିଥିଲେ ସ୍ଥାନୀୟ ଲୋକ ସଂପର୍କ ଅଧିକାରୀ । ତେବେ ଟଙ୍କା ଡିପୋଜିଟ୍‌ ହେଲା ପରେ ଆଗକୁ କାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।   

   Related Posts