Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

କ୍ୟାପିଟାଲ ହସ୍‌ପିଟାଲରେ ଟିକ୍‌ଟକ୍‌ ମାୟାରେ ବାୟା ଲେଡି କାଉନସେଲ୍‌ ଓ ପୁରୁଷ ଡାଟା ମ୍ୟାନେଜର୍‌ – ହେଲା କାର୍ଯ୍ୟାନୁଷ୍ଠାନ

9/01/2020 at 9:53 AM

ଭୁବନେଶ୍ୱର ୦୯।୦୧- ଘରେ ନୁହଁ ଚାକିରି କରି ରୋଗୀଙ୍କୁ ସେବା ଦେବା ସ୍ଥାନରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଚାକିର ଚଉକି ଉପରେ ବସି ଟିକ୍‌ଟିକ୍‌ କରିଥିବା ଅଭିଯୋଗ ହୋଇଥିଲା। ସମସ୍ତ ଲଜ୍ୟାକୁ ପଛାରେ ପକାଇ ରୋଗୀଙ୍କ ସେବା ପାଇଁ ଥିବା କାଉନସେଲର୍‌ ଓ ଡାଟା ମ୍ୟାନେଜର୍‌ ଟିକ୍‌ଟକ୍‌ କରିଥିବା ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ରୋଗୀମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରୋଏହାର ତଦନ୍ତ କରିବାକୁ ଓସାକ୍ସ (ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି)ର ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ଉପ ଅଧୀକ୍ଷକ ଘଟଣାସ୍ଥଳରୁ ଆସିଥିଲେ । ସୋମବାର କମିଟି ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲା । ରିପୋର୍ଟରେ ଦୁଇ ଅଧିକାରୀ ଦୋଷ କରିଥିବାର ସ୍ପଷ୍ଟ ପ୍ରମାଣ ମିଳିଥିଲା । ଏହାପରେ ଏହି ଦୁଇଜଣ ଦୋଷୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଡ୍ୟୁଟି ସମୟରେ ଟିକ୍‌ଟକ୍‌ ଆଉ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଦୁର୍ବ୍ୟବହାର କରିବା କ୍ୟାପିଟାଲ ହସ୍ପିଟାଲର ଦୁଇ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ସରକାର ପୂର୍ବରୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ମିଳିବା ପରେ ବୁଧବାର ଦୋଷୀ କାଉନସେଲର ଓ ଡାଟା ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ କ୍ୟାପିଟାଲ ହସ୍ପିଟାଲରୁ ଅନ୍ୟତ୍ର ବଦଳି କରିଛନ୍ତି । ଏହାବାଦ୍‌ ଟିକ୍‌ଟକ୍‌ ଭିଡିଓରେ ଦେଖାଯାଇଥିବା ଏନ୍‌ଜିଓ କର୍ମଚାରୀଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡ଼ିଛି ।

କ୍ୟାପିଟାଲ ହସ୍ପିଟାଲରେ ଥିବା ଆଇସିଟିସି ଓ ଏଆର୍‌ଟି ସେଣ୍ଟରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଦୁର୍ବ୍ୟବହାର କରାଯାଉଛି । ଦୀର୍ଘ ୧୭ ବର୍ଷ ହେଲା ଏଚ୍‌ଆଇଭି ବିରୋଧରେ କାମ କରୁଥିବା ଏନ୍‌ଜିଓ କେଏନ୍‌ପି (କଳିଙ୍ଗ ନେଟ୍‌ୱର୍କ ଫର୍‌ ପିପୁଲ୍‌ ଲିଭିଂ ୱିଥ୍‌ ଏଚ୍‌ଆଇଭି/ଏଡ୍‌ସ), ଓଡ଼ିଶା ଏଭଳି ଅଭିଯୋଗ ଆଣିଥିଲା । ଜିଲ୍ଲାପାଳଙ୍କ ନିକଟରେ ଏ ନେଇ ସମ୍ପୃକ୍ତ ଏନ୍‌ଜିଓ ସ୍ପଷ୍ଟ ଭାବେ ଡାଟା ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ନାମରେ ଅଭିଯୋଗ କରିଥିଲା । ଏଥିସହ କାଉନସେଲର ସରିତା ପାତ୍ରଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିଲା । ଡ୍ୟୁଟି ସମୟରେ ସେ ନିଜ ସହକର୍ମୀଙ୍କ ସହ ଟିକ୍‌ଟକ କରୁଥିବାର ୩ଟି ଭିଡିଓ ଭାଇରାଲ ହୋଇଥିଲା ।

ରିପୋର୍ଟ ମିଳିବା ପରେ ବୁଧବାର ଓସାକ୍ସ ପ୍ରକଳ୍ପ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର କଡ଼ା କାର୍ଯ୍ୟାନୁଷ୍ଠନ ନେଇଛନ୍ତି । ଟିକ୍‌ଟକ୍‌ କରିଥିବା କାଉନସେଲର ସରିତା ପାତ୍ର ଓ ଡାଟା ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଉତ୍ତର ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାବାଦ୍‌ କାଉନସେଲର ସରିତା ପାତ୍ରଙ୍କୁ ଅନୁଗୁଳ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ନବରଙ୍ଗପୁର ବଦଳି କରାଯାଇଛି । ସେହିପରି ଆଉଟ୍‌ରିଚ୍‌ ୱାକରଙ୍କୁ କାମରୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଏନ୍‌ଜିଓକୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି । ଆଗକୁ ଏଭଳି ହେଲେ, ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

   Related Posts