ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଦେଖି ସରକାର ବି ହୋଇଗଲେ ହଲଚଲ, ନେଲେ ଏମିତି ନିଷ୍ପତ୍ତି…ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | August 16, 2019 IST

ମୁମ୍ବାଇ୧୬|୮: ସଂସାରର ଏମିତି କୌଣସି ନାରୀ ନଥିବେ ଯିଏ ନିଜ ସୌନ୍ଦର୍ଯ୍ୟକୁ ନେଇ ସ୍ପର୍ଶକାତର ନଥିବେ। ବିଶ୍ବର ସବୁ ନାରୀ ସୁନ୍ଦର ଦେଖା ଯିବା ପାଇଁ ଚାହାନ୍ତି। ମହିଳାମାନେ ନିଜ ସୌନ୍ଦର୍ଯ୍ୟ  ପାଇଁ ଅନେକ ଜତ୍ନ ମଧ୍ୟ ନିଅନ୍ତି। ଯିଏ ଯେତେ ସୁନ୍ଦର ହେଉ ନା କାହିଁକି ସବୁବେଳେ ଅଧିକ ସୁନ୍ଦର ହେବା ବିଷୟରେ ଭାବନ୍ତି। ହେଲେ ଏହି ସୌନ୍ଦର୍ଯ୍ୟ କେବେ କେବେ ଯୁବତୀମାନଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ।

{"id":144988}

ତେବେ ଏମିତି ଜଣେ ଯୁବତୀଙ୍କ ବିଷୟରେ ଜାଣନ୍ତୁ ଯିଏ ନିଜ ସୌନ୍ଦର୍ଯ୍ୟ ପାଇଁ ଏକ ସାଂଗାତିକ ପରିସ୍ଥିତିର ସାମ୍ନା କରିଥିଲେ। ୨୪ ବର୍ଷ ବୟସ୍କା କମ୍ବୋଡୀୟ ଅଭିନେତ୍ରୀ ଡେନି ନୋନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । କାରଣ ସରକାର ତାଙ୍କୁ ଗୋଟେ ବର୍ଷ ପାଇଁ ବ୍ୟାନ କରିଦେଇଛନ୍ତି। ଗୋଟେ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଫିଲ୍ମରେ ଅଭିନୟ କରିପାରିବେ ନାହିଁ।

{"id":144989}

ସୂଚନାଯୋଗ୍ୟ ଯେ, କମ୍ବୋଡିଆ ସରକାରଙ୍କ ଅନୁସାରେ ଅଭିନେତ୍ରୀ ମିସ୍ ନୋନ୍‌ ଅବିଶ୍ବସନୀୟ ଓ ଅନିନ୍ଦ୍ୟ ସୁନ୍ଦରୀ ହୋଇଥିବାରୁ ତାଙ୍କ ଉପରେ ଏଭଳି କଟକଣା ଲଗାଯାଇଛି। ତାଙ୍କର ଏହି ସୌନ୍ଦର୍ଯ୍ୟ ସାମାଜିକ ସ୍ଖଳନର କାରଣ ହୋଇପାରେ ବୋଲି ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି ।

{"id":144990}

କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ ଫଟୋ ମଧ୍ୟ ସରକାରଙ୍କ ପାଇଁ ଏବେ ବଡ ଚିନ୍ତାର ବିଷୟ ପାଲଟିଛି।କମ୍ବୋଡିଆର କଳା ଓ ସଂସ୍କ୍ରୁତି ମନ୍ତ୍ରାଳୟ ଅନୁସାରେ ଡେନିଙ୍କର ଫେସବୁକ୍‌ରେ ଥିବା ଫଟୋ କାମ୍ବୋଡୀୟ ଆଚାର ସଂହିତାର ଉଲଂଘନ କରୁଛି।

{"id":144991}

ଏହି ଫଟୋ ଦେଖି ଯୁବପିଢୀ ତାକୁ ଅନୁକରଣ କରିବାକୁ ଉଦ୍ୟମ କରୁଛନ୍ତି । ଫଳରେ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଆଶଂକା ଉପୁଜିଛି । ସୋସିଆଲ ମିଡିଆରେ ନୋନ୍‌ଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି। ଡେନିଙ୍କର ଏଭଳି ଫଟୋ ଓ ସୌନ୍ଦର୍ଯ୍ୟ ତାଙ୍କ ପାଇଁ ଏବେ ଶତ୍ରୁ ପାଲଟିଛି।

{"id":144992}

କଟକଣା ଅନୁସାରେ ଏବେ ଗୋଟେ ବର୍ଷ ପର୍ଯ୍ୟନ୍ତ ନୋନ୍‌ କ୍ୟାମେରା ସାମ୍ନାକୁ ଆସିପାରିବେ ନାହିଁ।    ଏହି ଅନିନ୍ଦ୍ୟ ସୁନ୍ଦରୀଙ୍କ ପାଇଁ ଅନେକ ଯୁବକ ପଥଭ୍ରଷ୍ଟ ହେବାର ଅଭିଯୋଗ ସରକାରଙ୍କ ପାଖରେ ପହଞ୍ଚିବା ସହ କିଛି ଅପରାଧ ଘଟଣା ମଧ୍ୟ ସରକାରଙ୍କ ନଜରକୁ ଆସିଛି । ସରକାରଙ୍କ ଏଭଲି ନିଷ୍ପତ୍ତି କାମ୍ବୋଡିଆ ଯୁବପିଢୀକୁ ନିରାଶ କରିଛି । ସରକାରଙ୍କ ନିଷ୍ପତ୍ତିକୁ ଯୁବ ପିଢୀ ବିରୋଧ କରି ରାଜ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.