ବଜେଟ୍‌ରେ ସରକାରୀ ସେଲ୍: ଜାଣନ୍ତୁ କେଉଁ ସବୁ ସଂସ୍ଥା ହେବ ବିକ୍ରି ?

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧।୦୧: କେନ୍ଦ୍ର ସରକାର ନୂତନ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା  ବିନିବେଶରୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ଗତ ଆର୍ଥିକ ବର୍ଷ ତୂଳନାରେ ପ୍ରାୟ ୩୫ ହଜାର କୋଟି କମ ଟଙ୍କା ହେବ। ଗତ ବଜେଟ୍‌ରେ ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨.୧ ଲକ୍ଷ କୋଟି ଟଙ୍କା ବିନିବେଶ ଜରିଆରେ ସଂଗ୍ରହ କରିବାକୁ ଘୋଷଣା କରିଥିଲେ। ସରକାର ବିଭିନ୍ନ କମ୍ପାନୀରେ ଥିବା ନିଜର ଅଂଶଧନକୁ ବିକ୍ରି କରି ଏହି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆନସ୍ତୁ ଜାଣିବା ବିନିବେଶରେ କେଉଁ କେଉଁ ସଂସ୍ଥା ସାମିଲ ରହିଛି।

ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, କନକୋର ଓ ଏଲଅସିଆଇରେ ବିନିବେଶ ଉପରେ ମୋହର ଲଗାଇ ପାରନ୍ତି। ଏହା ବ୍ୟତୀତ ଏଲଆଇସିର ଆଇପିଓ ଆଗାମୀ  ବର୍ଷ ଆଣିବାକୁ ଯୋଜନା କରିଛନ୍ତି। ଏହା ବ୍ୟତୀତ ଆଇଡିବିଆଇରେ ବିନିବେଶ କରାଯିବ। ଏହା ବ୍ୟତୀତ ସେୟାର ବଜାରରେ ଉତ୍ସାହଜନକ କାରବାର ଦେଖି କେନ୍ଦ୍ର ସରକାର କିଛି ସିପିଏସଇର ଅଂଶଧନ ଅଫରଫର ସେଲ୍‌ ଜରିଆରେ ବିକ୍ରି କରି ପାରନ୍ତି। ଅନ୍ୟ ଘରୋଇକରଣ ଚୁକ୍ତି ମଧ୍ୟ ଆର୍ଥିକ ବର୍ଷ ୨୦୨୨ ସୁଦ୍ଧା ପୂରା ହେବାର ଅନୁମାନ କରାଯାଉଛି।

ଏହି ସଂସ୍ଥାରେ ଥିବା ନିଜର ଅଂଶଧନ ବିକିବେ ସରକାର

ବିପିସିଏଲ

{"id":402260,"sizeSlug":"large","linkDestination":"none"}

ବିପିସିଏଲରେ ନିଜର ଅଂଶଧନକୁ ବିକ୍ରି କରି ସରକାର ଏଥିରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସରକାର ଏଥିରେ ଥିବା ନିଜର ୫୨.୯୮ ଅଂଶଧନକୁ ବିକ୍ରି କରିବେ।

ଏୟାର ଇଣ୍ଡିଆ

{"id":402258,"sizeSlug":"large","linkDestination":"none"}

ଋଣରେ ବୁଡି ରହିଥିବା ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆକୁ ସରକାର ବିକିବାକୁ ଯାଉଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ବିକ୍ରି କରିବାକୁ ସରକାର ସଫଳ  ହେବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏୟାର ଇଣ୍ଡିଆ ୬୦,୦୭୪ କୋଟି ଟଙ୍କାର ଋଣ ବୋଝଭାର ତଳେ ଦବି ରହିଛି।

ଏଲଆଇସି

{"id":402259,"sizeSlug":"large","linkDestination":"none"}

ଅର୍ଥ ମନ୍ତ୍ରୀ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷରେ ସରକାରୀ ବୀମା କମ୍ପାନୀ ଏଲଆଇସିର ଆଇପିଓ ଲଞ୍ଚ କରିବାକୁ ପ୍ରସ୍ତୁତି କରିଛନ୍ତି। ଏଲଆଇସିରେ ଥିବା ନିଜର ଅଂଶଧନରୁ ୨୫ ପ୍ରତିଶତ ବିକିବାକୁ ସରକାର ଯୋଜନା କରିଛନ୍ତି।

ଆଇଡିବିଆଇ

ସରକାର ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତି କରୁଛନ୍ତି। ଆଇଡିବିଆଇ ବ୍ୟାଙ୍କରେ ଏଲଆଇସିର ୫୧ ପ୍ରତିଶତ ଏବଂ ସରକାରର ୪୭ ପ୍ରତିଶତ ଅଂଶଧନ ରହିଛି। ଏଲଆଇସି ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ବିକ୍ରି କରିବାକୁ ଇଚ୍ଛୁକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.